ଭୁବନେଶ୍ବର: ନିଶାସକ୍ତ ଅବସ୍ଥାରେ ଚଳନ୍ତା ଥାର୍ ଉପରେ ଚଢ଼ି ନାଚିଲେ। ରାଜରାସ୍ତାରେ ବେପରୁଆ ଗାଡ଼ି ଚଳାଇ ଆତଙ୍କ ଖେଳାଇଲେ। କିଛିଦିନ ବ୍ୟବଧାନ ପରେ ପୁଣି କିଛି ଅସାମାଜିକ ଯୁବକ ଏଭଳି ଉତ୍ପାତ ଆରମ୍ଭ କରିଛନ୍ତି। ସହରରେ ପତିଆରା ବଢ଼ାଇବା ପାଇଁ ପୁଣି ଏଭଳି ଭାଇଗିରି ମୁଣ୍ଡ ଟେକିଛି। ଯାହାର ଏକ ଭିଡିଓକୁ ଜଣେ ଯୁବକ ନିଜ ଏକ୍ସରେ ପୋଷ୍ଟର କରିଛନ୍ତି। ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ କମିସନରଙ୍କୁ ଟ୍ୟାଗ୍ କରିଛନ୍ତି।
Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ
ଗାଡ଼ି ଜବତ, ଚାଳକଙ୍କୁ ନୋଟିସ୍
୫ ଯୁବକଙ୍କୁ ଚିହ୍ନଟ ପାଇଁ ସିସିଟିଭି ଯାଞ୍ଚ କରୁଛି ପୁଲିସ
ସୂଚନା ମୁତାବକ, ଦୁଇଦିନ ତଳେ ଏକ ଥାାର୍ ଗାଡ଼ି ମଞ୍ଚେଶ୍ବର ଓଭରବ୍ରିଜ୍ ତଳେ ଯାଉଥିବା ବେଳେ ହଠାତ୍ ଅଟକିଥିଲା। ଏହାପରେ ଥାର୍ ଉପରେ ଥିବା ଜଣେ ଯୁବକ ସାଇଡ୍ରେ ଥିବା ଏକ ବସ୍ର ଯାତ୍ରୀଙ୍କୁ କିଛି କହୁଥିଲେ। ପୁଣି ରାଗ ତମତମ ହୋଇ ଥାର୍ ଉପରେ ଶୋଇପଡ଼ିଥିଲେ। ହେଲେ ପଛରୁ ଆସୁଥିବା ଗାଡ଼ିଗୁଡ଼ିକ ଆଉ ଆଗକୁ ଯାଇପାରି ନଥିଲେ। ଥାର୍ରେ ଥିବା ୫ରୁ ଅଧିକ ଯୁବକଙ୍କ ଉତ୍ପାତ ଦେଖି ସେମାନଙ୍କୁ କେହି କିଛି କହିବାକୁ ସାହସ ଜୁଟାଇନଥିଲେ। କିଛି ସମୟ ଧରି ଏଭଳି ଉତ୍ପାତ କରିବା ପରେ ଥାର୍ଟି ଆଗକୁ ଗଡ଼ିଥିଲା। ପଛରେ ଯାଉଥିବା ଜଣେ ଯୁବକ ଏହି ସମୟର ଭିଡିଓ ରେକର୍ଡିଂ କରି ନିଜ ଏକ୍ସରେ ପୁଲିସ କମିସନରଙ୍କୁ ଟ୍ୟାଗ୍ କରିଥିଲେ। ପୁଲିସ କମିସନର ଘଟଣା ସମ୍ପର୍କରେ ଜାଣିବା ପରେ ଡିସିପିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
Accident: ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
ପରେ ଏନେଇ ସ୍ଥାନୀୟ ମଞ୍ଚେଶ୍ବର ଥାନା ପୁଲିସ ମାମଲା ରୁଜୁକରି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଥାର୍କୁ ଚିହ୍ନଟ କରିଥିଲା। ଥାର୍କୁ ଜବତ କରିବା ସହ ଚାଳକଙ୍କୁ ନୋଟିସ୍ ଦେଇ ଛାଡ଼ିଥିଲା। ଅନ୍ୟପଟେ ଗାଡ଼ି ଭିତରେ ଥିବା ଯୁବକଙ୍କୁ ପୁଲିସ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେମାନେ କିଏ? କାହିଁକି ଏଭଳି ଉତ୍ପାତ କରୁଥିଲେ? ସେମାନଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରହିଛି କି? ସମସ୍ତ ଦିଗକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/24/fshfhshfsbxbvbv-2026-01-24-02-10-08.jpg)