ରାଉରକେଲା: ଶିଶୁ ଅଧିକାର ଆୟୋଗ ଆଇନ, ୨୦୦୫ର ଧାରା ୧୭ ଅନୁଯାୟୀ ୨୦୧୦ ସେପ୍ଟେମ୍ବର ୩୦ଠାରୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସ୍ସିପିସିଆର୍) ଗଠନ କରାଯାଇଛି। କିଛିମାସ ପୂର୍ବେ ସରକାର ଓଏସ୍ସିପିସିଆର୍ ପାଇଁ ୬ଜଣ ସଦସ୍ୟା ନିଯୁକ୍ତ କରିଛନ୍ତି। ଏହି ସଦସ୍ୟାଙ୍କ ମଧ୍ୟରୁ ରାଉରକେଲା ବାସନ୍ତୀକଲୋନିର କଳ୍ପନା ଲେଙ୍କା ୨୦୨୫ ଅଗଷ୍ଟ ୧୧ ତାରିଖରୁ ଦାୟିତ୍ବ ନେଇଛନ୍ତି। ରାଜ୍ୟ ବିଜେପିର ଜଣାଶୁଣା ନେତ୍ରୀ ଶ୍ରୀମତୀ ଲେଙ୍କା ଦଳ ଯୁବମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି।
ଆପଣଙ୍କୁ କେଉଁକେଉଁ ଜିଲ୍ଲାର ଦାୟିତ୍ବ ମିଳିଛି ?
ସୁନ୍ଦରଗଡ଼, ବଲାଙ୍ଗିର,ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲା ପାଇଁ ମୁଁ ଓଏସ୍ସିପିସିଆର୍ ସଦସ୍ୟା ଭାବେ କାମ କରୁଛି। ଦାୟିତ୍ବ ନେବା ଦିନଠାରୁ ବିଭିନ୍ନ ଅଞ୍ଚଳ ବୁଲୁଛି ଓ ସମୀକ୍ଷା କରୁଛି। ଗ୍ରାଉଣ୍ଡ ଜିରୋରେ ପହଞ୍ଚି ପ୍ରତିଟି ପିଲାଙ୍କ ସମସ୍ୟା ବୁଝିବା ସହିତ ସେ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇ ଯଥାଶୀଘ୍ର ତାହାର କିପରି ସମାଧାନ ହୋଇପାରିବ ସେ ଦିଗରେ କାର୍ଯ୍ୟ କରୁଛି।
ଅଧିକପଢ଼ନ୍ତୁ:୧୬ ଖଣ୍ଡ ହେବ ପାକିସ୍ତାନ! ଛୋଟ ପ୍ରଦେଶ ପାଇଁ ଆନ୍ଦୋଳନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅବଦୁଲ ଅଲିମ ଖାନ
ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ଶିକ୍ଷାବ୍ୟବସ୍ଥା କିପରି ଅଛି?
ପୂର୍ବ ସରକାରରେ କ’ଣ ଥିଲା ମୁଁ କହି ପାରିବି ନାହିଁ। କିନ୍ତୁ ବର୍ତ୍ତମାନର ସରକାର ସ୍କୁଲ ଓ କଲେଜଗୁଡ଼ିକ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟାକାରୀ କରିଛନ୍ତି। ଏହା ଅଧୀନରେ ପିଲାଙ୍କ ପୋଷାକପତ୍ରଠାରୁ ଆରମ୍ଭକରି ସେମାନଙ୍କ ବହିପତ୍ର, ଖେଳିବା ପାଇଁ ବିଭିନ୍ନ ଉପକରଣ, ସୃଜନଶୀଳତାର ବିକାଶ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି। ଏଥିସହିତ ପିଲାଙ୍କ ଉତ୍ତମସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ହେଉଥିବା ପୋଷକତତ୍ତ୍ବଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି।ବାଲ୍ୟବିବାହକୁ ନେଇ କ’ଣ ପଦକ୍ଷେପ ନେଇଛନ୍ତି?ସରକାର ବାଲ୍ୟବିବାହ ଉପରେ କଡ଼ା ଦୃଷ୍ଟି ରଖିଛନ୍ତି। ଖୁବ୍ ଶୀଘ୍ର ଏହା ସମ୍ପୂର୍ଣ୍ଣ ବନ୍ଦହେବ।
ରାଉରକେଲାର ଶିଶୁବିଭାଗ, ଅନାଥାଶ୍ରମ ଓ ବାଳସୁଧାର ଗୃହର ସମୀକ୍ଷା ରିପୋର୍ଟ କ’ଣ ରହିଛି?
ଶିଶୁବିଭାଗଗୁଡ଼ିକର ଅବସ୍ଥା କିପରି ଅଛି ତାହାର ସମୀକ୍ଷା ପାଇଁ ଆର୍ଜିଏଚ୍, ହାଇଟେକ ହସ୍ପିଟାଲ ପରିଦର୍ଶନ କରିବା ସହିତ ଡାକ୍ତରମାନେ ଯେମିତି ଚିକିତ୍ସାରେ କୌଣସି ପ୍ରକାର ଅବହେଳା ନକରନ୍ତୁ ସେଥିପ୍ରତି କିପରି ଯଥେଷ୍ଟ ଦୃଷ୍ଟିଦେବେ ସେ ଦିଗରେ ଆଲୋଚନା କରିଛି। ନିଜେ ବିଭାଗରୁ ବିଭାଗ ବୁଲି ଶିଶୁମାନଙ୍କ ଅବସ୍ଥା କିପରି ଅଛି ସେମାନଙ୍କ ଅଭିଭାବକଙ୍କଠାରୁ ପଚାରି ବୁଝିବା ସହିତ କିଛି ସମସ୍ୟା ହେଲେ ତୁରନ୍ତ ଜଣାଇବାକୁ ଅନୁରୋଧ ବି କରିଛି।
ଅନେକ ସମୟରେ ବାଳସୁଧାର ଗୃହରେ ପିଲାମାନେ ହିଂସାତ୍ମକ ଆଚରଣ କରୁଥିବାର ଅଭିଯୋଗ ହୁଏ। ସେ ବିଷୟରେ କହନ୍ତୁ?
ମୁଁ ଦାୟିତ୍ବ ନେବା ପରେ ଏହାର ତର୍ଜମା ପାଇଁ ବାଳସୁଧାର ଗୃହରେ ପହଞ୍ଚିଥିଲି। ଏହି ସମୟରେ ଜାଣିବାକୁ ପାଇଲି ପ୍ରାୟତଃ ନିଶାସକ୍ତ ପିଲାମାନେ ଏପରି କାଣ୍ଡ ଘଟାଇବାରେ ସମ୍ପୃକ୍ତ ଅଛନ୍ତି। ତେଣୁ ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ସହିତ ବିଭିନ୍ନ ସମୟରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି। କିପରି ଛୋଟଛୋଟ ପିଲାମାନେ ନିଶାଠାରୁ ଦୂରେଇ ରହିବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି।
ବିଭିନ୍ନ ସମୟରେ ଅନାଥାଶ୍ରମଗୁଡ଼ିକର ପରିଚାଳନା ନେଇ ଅଭିଯୋଗ ଆସେ। କଣ କହିବେ ଆପଣ?
ଅନାଥାଶ୍ରମରେ ପିଲାମାନେ ଖୁବ ଶୃଙ୍ଖଳିତ ଭାବେ ଅଛନ୍ତି। ଯାହଙ୍କ ତତ୍ତ୍ବାବଧାନରେ ଆଶ୍ରମ ଚାଲିଛି ସେ ଗୋଟିଗୋଟି ପିଲାଙ୍କ ସୁବିଧାଅସୁବିଧା ବୁଝୁଛନ୍ତି। ହିଁ ଯେମିତି କି ପାଣି, ଡ୍ରେନେଜ ଓ ପିଲାଙ୍କ ରହିବା ପାଇଁ କିଛି ସମସ୍ୟା ରହିଥିଲା। ଯାହାକୁ ମୁଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଜଣାଇଦେଇଛି। ଏହା ଖୁବ୍ଶୀଘ୍ର କାର୍ଯ୍ୟକାରୀ ହୋଇଯିବ।
ସାକ୍ଷାତକାର: ରୀନା ରାମ୍ ଭୂୟାଁ
ଅଧିକପଢ଼ନ୍ତୁ:୧୬ ଖଣ୍ଡ ହେବ ପାକିସ୍ତାନ! ଛୋଟ ପ୍ରଦେଶ ପାଇଁ ଆନ୍ଦୋଳନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅବଦୁଲ ଅଲିମ ଖାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/13/untitled-25-2026-01-13-18-02-41.jpg)