ହୋଟେଲ୍‌ରେ ପଶି ମହିଳାଙ୍କୁ ମାରପିଟ୍‌, ଭଙ୍ଗାରୁଜା: ୩ ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୁଲିସ

Advertisment
ସେୟାର୍ ମାର୍କେଟ୍‌ ନାଁରେ ୭କୋଟି ଚଳୁ: ଧୂର୍ତ୍ତ ମହିଳା ଗିରଫ, ଆଗରୁ ସ୍ବାମୀ ଜେଲ୍‌ରେ

new indian express

ଭୁବନେଶ୍ବର: ହୋଟେଲ୍‌ରେ ପଶି ମହିଳାଙ୍କୁ ନିସ୍ତୁକ ପିଟିଲେ। ଯାହା ସାମ୍ନାରେ ପଡ଼ିଲା, ଭଙ୍ଗାରୁଜା କଲେ। କର୍ମଚାରୀଙ୍କୁ ବି ଛାଡ଼ିଲେନି। ବମିଖାଲ ଅଞ୍ଚଳରେ ମାଡ଼ପିଟ୍‌ କରି ଏଭଳି ଆତଙ୍କ ରଚିଥିବା ୩ ଯୁବକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ପୁରୁଣା ଭୁବନେଶ୍ବର ଅଞ୍ଚଳର ଅଙ୍କିତ ସାଗର ମହା‌ରଣା(୧୯), ବମିଖାଲ ଅଞ୍ଚଳର ରାଜେଶ ମହାରଣା(୩୨) ଓ ଲକ୍ଷ୍ମୀସାଗର ସନ୍ତୋଷୀ ବିହାର ‌ଅଞ୍ଚଳର ଦିଲ୍ଲୀପ ବେହେରା(୨୬)।

ପୁଲିସ ସୂଚନା ମୁତାବକ, କୌଣସି କାରଣକୁ ନେଇ ବମିଖାଲ ଅଞ୍ଚଳର ବିଷ୍ଣୁପ୍ରିୟା ସାମନ୍ତରାୟଙ୍କ ସହ ଅଭିଯୁକ୍ତମାନଙ୍କ ବିବାଦ ଲାଗି ରହିଥିଲା। ସୋମବାର ରାତି ପାଖାପାଖି ୯ଟାରେ ବିଷ୍ଣୁପ୍ରିୟା ବମିଖାଲ ଅଞ୍ଚଳରେ ଥିବା ତାଙ୍କ ହୋଟେଲ୍‌ରେ ବସିଥିବା ବେଳେ ହଠାତ୍‌ ନିସାଶକ୍ତ ଅବସ୍ଥାରେ ଅଙ୍କିତ, ରାଜେଶ, ଦିଲ୍ଲୀପ ଏବଂ ସେମାନଙ୍କ ସହଯୋଗୀ ସେଠାରେ ପହଞ୍ଚିଥିଲେ। ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। ମାଲିକାଣୀଙ୍କୁ ମାଡ଼ ହେଉଥିବା ଦେଖି କର୍ମଚାରୀମାନେ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ମଧ୍ୟ ଉତ୍ତ୍ୟକ୍ତ ଯୁବକଙ୍କ ଆକ୍ରୋଶରୁ ବର୍ତ୍ତି ପାରିନଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେ‌ଳକୁ ଯୁବକମାନେ ଚମ୍ପଟ ମାରି ସାରିଥିଲେ। ଏନେଇ ବିଷ୍ଣୁପ୍ରିୟା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe