ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଟଙ୍କା ମାଗିଲେ, ସାଇବର ଅପରାଧୀଙ୍କ ଆଗରେ ଆଇପିଏସ୍‌ ଅଫିସର ଅସହାୟ

ଫେସବୁକ୍‌ରେ ପାତରଅନ୍ତର, ଜେପିସି ତଦନ୍ତ ଦାବିକଲା କଂଗ୍ରେସ

Telangana Today

ଭୁବନେଶ୍ବର: ଚିନ୍ତା ବଢ଼ାଇଲାଣି ସାଇବର ଅପରାଧ। ଲୋକ ଯେତିକି ଡିଜିଟାଲ ହେଉଛନ୍ତି ସାଇବର ଅପରାଧୀ ସେତିକି ସକ୍ରିୟ ହେଉଛନ୍ତି। କାହାର ଆକାଉଣ୍ଟ ହ୍ୟାକ୍‌ କରି ଲୁଟ୍‌ କରୁଛନ୍ତି ତ’ କେଉଁଠି ଇ-ମେଲ୍‌ ପାସ୍‌ୱାର୍ଡ ହ୍ୟା‌କ୍‌ କରି ବ୍ଲାକ୍‌ମେଲ୍‌ କରୁଛନ୍ତି। ପୁଲିସ ଷ୍ଟେସନରୁ ଆରମ୍ଭ କରି ସାଇବର ଥାନା ପର୍ଯ୍ୟନ୍ତ ଅଭିଯୋଗପତ୍ର ପାହାଡ଼ ଭଳି ଗଦା ହେଲାଣି। ହେଲେ କାର୍ଯ୍ୟାନୁଷ୍ଠାନ ହେଉନି। ଯାହାର ଫାଇଦା ନେଇ ଅପରାଧୀ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛି। ପୂର୍ବରୁ ଭୁବନେଶ୍ବରରେ ୨ ଜଣ ବରିଷ୍ଠ ପୁଲିସ ଅଧିକାରୀ, ସାମ୍ବାଦିକ, ସରକାରୀ କର୍ମଚାରୀ ଓ ଓଏଏସ୍‌ ଅଫିସର ହ୍ୟାକରଙ୍କ ଜାଲରେ ପଡ଼ିଥିବା ବେଳେ ଆଜି ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର ଜାଲରେ ପଡ଼ିଛନ୍ତି। ସେ ହେଉଛନ୍ତି ତଟରକ୍ଷା ଓ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ। ତାଙ୍କ ଫଟୋ ବ୍ୟବହାର କରିବା ସହ ତାଙ୍କ ନାମରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଦୁର୍ବୃତ୍ତ ଟଙ୍କା ଆଦାୟ କରୁଛି। ତାଙ୍କର କେତେକ ବନ୍ଧୁ ଏଭଳି ଦେଖିବା ପରେ ତାଙ୍କୁ ସୂଚନା ଦେଇଛନ୍ତି। ସେ ତାଙ୍କ ମୂଳ ଆକାଉଣ୍ଟ‌ରେ ଅସହାୟତା ପ୍ରଦର୍ଶନ କରିଛନ୍ତି। ତାଙ୍କ ବନ୍ଧୁମାନଙ୍କୁ ଏ ନେଇ ସତର୍କ କରାଇଛନ୍ତି। ‘ଏହା ନକଲି ଆକାଉଣ୍ଟ କେହି ଟଙ୍କା ଦିଅନ୍ତୁ ନାହିଁ’ ବୋଲି ଲେଖିଛନ୍ତି। ତା’ ସହିତ ସେ କ୍ରାଇମ୍‌ବ୍ରାଞ୍ଚରେ ମଧ୍ୟ ଅଭିଯୋଗ କରିଛନ୍ତି। ଯେଉଁଠି ଖୋଦ୍‌ ବରିଷ୍ଠ ପୁଲିସ ଅଧିକାରୀ ଅସହାୟ ହୋଇପଡ଼ୁଛନ୍ତି, ସେଠାରେ ସାଧାରଣ ଲୋକ କେତେ ସୁରକ୍ଷିତ ପ୍ରଶ୍ନ ଉଠିଛି।

ପୂର୍ବରୁ ଅପରାଧୀ ମୂଳ ଆକାଉଣ୍ଟ ହ୍ୟାକ୍‌ କରୁଥିଲେ। ଫଳରେ ମୂଳ ଆକାଉଣ୍ଟରେ ଥିବା ବନ୍ଧୁମାନେ ଜାଣି ପକାଉଥିଲେ। ଏଣୁ ସିଧାସଳଖ ଫୋନ୍‌ କରି ଜଣାଇ ଦେଉଥିଲେ। ଯେଉଁମାନଙ୍କ ପାଖରେ ଫୋନ୍‌ ନମ୍ବର ନଥିଲା ସେମାନେ ଅପରାଧୀ ଜାଲରେ ପଡ଼ି ଟଙ୍କା ଦେଉଥିଲେ। କିନ୍ତୁ ଏବେ ଅପରାଧୀ ପରିଚିତ ଅଧିକାରୀଙ୍କର ନକଲି ଆକାଉଣ୍ଟ ଖୋଲି ନୂଆ ନୂଆ ଲୋକଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛି। ବରିଷ୍ଠ ଅଧିକାରୀଙ୍କର ଅନୁରୋଧ ଦେଖି ଅନେକେ ଉତ୍ସାହିତ ହେଉଛନ୍ତି। ପରେ ଅପରାଧୀ ତାଙ୍କୁ ଟଙ୍କା ମାଗୁଛି। ଏବେ ବିପନ୍ନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ସଂଗଠନ ତିଆରି କରୁଛନ୍ତି। ଏଣୁ ଅନେକେ ଧୋକା ଖାଇ ଟଙ୍କା ଦେଇ ଦେଉଛନ୍ତି। ଫଳରେ ଅପରାଧୀ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରୁଛି। ହେଲେ ଆଜି ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ସଫଳତା ପାଇପାରୁ ନାହିଁ। ନକଲି ଆକାଉଣ୍ଟ ଖୋଲି ବା ହ୍ୟାକ୍‌ କରି ଏଭଳି କାଣ୍ଡ ଘଟାଉଥିବା ଲୋକକୁ ଧରି ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe