ଅଳିଆଗଦାକୁ ପାର୍କ କରି ହସ ଫୁଟାଇଲେ

Advertisment

କୁଢ଼ କୁଢ଼ ଆବର୍ଜନାରେ ଭର୍ତ୍ତି ସ୍ଥାନଟି ଏବେ ସୁନ୍ଦର ସବୁଜିମାରେ ହସୁଛି। ପୂର୍ବ ପରି ଦୁର୍ଗନ୍ଧ ନାହିଁ ବରଂ ଜାତି ଜାତିକା ଫୁଲର ମହକରେ ମହକୁଛି ପୂରା ଅଞ୍ଚଳ। ଜଣେ ବ୍ୟକ୍ତି ନିଜର ଇଚ୍ଛାଶକ୍ତି ଓ ସ୍ୱଳ୍ପ ସାମର୍ଥ୍ୟରେ ବି ଅନେକଙ୍କ ମୁହଁରେ ହସ ଫୁଟାଇ ପାରେ...

କୁଢ଼ କୁଢ଼ ଆବର୍ଜନାରେ ଭର୍ତ୍ତି ସ୍ଥାନଟି ଏବେ ସୁନ୍ଦର ସବୁଜିମାରେ ହସୁଛି। ପୂର୍ବ ପରି ଦୁର୍ଗନ୍ଧ ନାହିଁ ବରଂ ଜାତି ଜାତିକା ଫୁଲର ମହକରେ ମହକୁଛି ପୂରା ଅଞ୍ଚଳ। ଜଣେ ବ୍ୟକ୍ତି ନିଜର ଇଚ୍ଛାଶକ୍ତି ଓ ସ୍ୱଳ୍ପ ସାମର୍ଥ୍ୟରେ ବି ଅନେକଙ୍କ ମୁହଁରେ ହସ ଫୁଟାଇ ପାରେ...

fsfsf

ଭୁବନେଶ୍ୱର: କୁଢ଼ କୁଢ଼ ଆବର୍ଜନାରେ ଭର୍ତ୍ତି ସ୍ଥାନଟି ଏବେ ସୁନ୍ଦର ସବୁଜିମାରେ ହସୁଛି। ପୂର୍ବ ପରି ଦୁର୍ଗନ୍ଧ ନାହିଁ ବରଂ ଜାତି ଜାତିକା ଫୁଲର ମହକରେ ମହକୁଛି ପୂରା ଅଞ୍ଚଳ। ଜଣେ ବ୍ୟକ୍ତି ନିଜର ଇଚ୍ଛାଶକ୍ତି ଓ ସ୍ୱଳ୍ପ ସାମର୍ଥ୍ୟରେ ବି ଅନେକଙ୍କ ମୁହଁରେ ହସ ଫୁଟାଇ ପାରେ ଏହାର ଏକ ବଡ଼ ଉଦାହରଣ ହେଉଛନ୍ତି ସୁନ୍ଦରପଦାର ଚକ୍ରଧର ମଙ୍ଗରାଜ। ସୁନ୍ଦରପଦା ଗାଁ ହଜ ପୋଖରୀ ନିକଟରେ ୨୪୩୨ ନମ୍ବର ପ୍ଲଟ ଉପରେ ଦୀର୍ଘ ଦିନ ଅଳିଆ ଆବର୍ଜନା ଗଦା କରାଯାଉଥିଲା। ଉକ୍ତ ସ୍ଥାନଟି ଖାଲ ଥିବାରୁ ମଇଳା ପାଣି ଜମିବା ସହ ଭୀଷଣ ଦୁର୍ଗନ୍ଧ ହେଉଥିଲା। ସେହି ଗାଁର ୫୫ ବର୍ଷୀୟ ଚକ୍ରଧର ମଙ୍ଗରାଜ ନିଜ ପରିକଳ୍ପନାରେ ଏକ ପାର୍କ ତିଆରି କରିବାକୁ ଅଣ୍ଟା ଭିଡ଼ିଲେ। ପ୍ରଥମେ କୋଦାଳ ଧରି ଅଳିଆ ସଫା କଲେ। ନିଜ ରୋଜଗାରରୁ କାଟି ଜାଗାକୁ ପୋତି ସମତୁଲ କଲେ। ଏହାପରେ ଆରମ୍ଭ ହେଲେ ଗଛ ଲଗାଇବା କାମ। ପ୍ରତିଦିନ ସକାଳ ଓ ସନ୍ଧ୍ୟା ଦୁଇ ବେଳା ସେହି ଜାଗାକୁ ସରସ ସୁନ୍ଦର କରିବାକୁ ଲାଗି ପଡ଼ିଲେ।

ଏବେ ପାର୍କରେ ଆମ୍ବ, ଡାଳିମ୍ବ, ପିଜୁଳି, ତେଜପତ୍ର, ଦେବଦାରୁ, ଗୁଆ, ନଡ଼ିଆ ସମେତ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯାଇଛି। ଚକ୍ରଧରଙ୍କ ଏଭଳି ମହତ କାମ ଦେଖି କିଛି ସମ ବିଚାରର ଲୋକ ଯୋଡ଼ି ହେଲେ। ଦିନବନ୍ଧୁ ବେହେରା, ରଜତ ତ୍ରିପାଠୀ, ଶରତ ସାହୁ, ରାମକୃଷ୍ଣ ପାଣି, ବୟନ ଚନ୍ଦ୍ର ସ୍ୱାଇଁ, ବିଜି ସାହୁ, ଅକ୍ଷୟ ନନ୍ଦ, ଯୀଶୁ ଚମ୍ପତି ଓ ସୂର୍ଯ୍ୟ ନନ୍ଦ ପ୍ରମୁଖ ସାମିଲ ହୋଇ ଶ୍ରମ ଦେଲେ। ଏହା ପରେ ପାର୍କ ଚାରି ପାଖରେ ପାଚେରି ଓ ଅନ୍ୟାନ୍ୟ କାମ କରାଯାଇଛି। ନିକଟରେ ସୁନ୍ଦରପଦା ହଜରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବି ସରକାରୀ ଅବହେଳା ପାଇଁ ଲୋକଙ୍କ କାମରେ ଲାଗି ପାରୁନାହିଁ। ଅନ୍ୟପଟେ ଚକ୍ରଧର ଓ ଅନ୍ୟ ସାଥିଙ୍କ ଉଦ୍ୟମରେ ଗଢ଼ା ହୋଇଥିବା ପାର୍କରେ ଭିଡ଼ ଜମୁଛି। ବୟସ୍କମାନେ ଏଠି ଏକାଠି ହୋଇ ଯୋଗ, ପ୍ରାଣାୟାମ ସହ କିଛି ସମୟ ବିତାଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe