ବାଘ ଖୋଜିଲେ, ବଣଭୁଆ ପାଇଲେ: ତଥାପି ଜାଲ, ଜନ୍ତା‌ ଧରି ଛକିଛନ୍ତି

Advertisment

ରାଜଧାନୀର ବିମାନବନ୍ଦର ଅଞ୍ଚଳରେ ପୁଣି ବାଘ ଆତଙ୍କ। ବିମାନବନ୍ଦର ଡମ୍ପିୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

ରାଜଧାନୀର ବିମାନବନ୍ଦର ଅଞ୍ଚଳରେ ପୁଣି ବାଘ ଆତଙ୍କ। ବିମାନବନ୍ଦର ଡମ୍ପିୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

fdfgd5465987

ଭୁବନେଶ୍ବର: ରାଜଧାନୀର ବିମାନବନ୍ଦର ଅଞ୍ଚଳରେ ପୁଣି ବାଘ ଆତଙ୍କ। ବିମାନବନ୍ଦର ଡମ୍ପିୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ବନବିଭାଗ କର୍ମଚାରୀମାନେ ଆଜି ଦିନ ତମାମ ସଂପୃକ୍ତ ଅଞ୍ଚଳରେ ଛାନ୍‌ଭିନ୍‌ କରିଛନ୍ତି। ଜନ୍ତାରେ କୁକୁଡ଼ା ବାନ୍ଧି କଲରାପତରିଆକୁ ଧରିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ। ଜାଲ ବିଛାଇ ଗଛ ଉପରେ ବି ଲୋକ ବସି ରହିଛନ୍ତି।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ବିମାନବନ୍ଦର ଡମ୍ପିଂୟାର୍ଡ ଅଞ୍ଚଳରେ କାମ କରୁଥିବା କିଛି ସଫେଇ କର୍ମଚାରୀ ସେଠାରେ ଏକ କଲରାପତରିଆ ବାଘ ବୁଲୁଥିବା ଦେଖିଥିଲେ। ଏ ବାବଦ‌ରେ ସେମାନେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାପ‌ରେ କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଟିମ୍‌ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଡମ୍ପିଂୟାର୍ଡର ବିଭିନ୍ନ ସ୍ଥାନରେ ପଡ଼ିଥିବା ପାଦଚିହ୍ନରୁ ଏହା ଏକ ଗଧିଆ କିମ୍ବା ବିଲୁଆ‌ ହୋଇପାରେ ବୋଲି ବନ ବିଭାଗ ଅନୁମାନ କରୁଛି। ତଥାପି ୨୦୧୯ ମସିହାରେ ଏହି ସ୍ଥାନ‌ରୁ ଏକ କଲରାପତିଆ ବାଘ ଧରାପଡ଼ିଥିବାରୁ ବନ ବିଭାଗ ନିଶ୍ଚିତ ହୋଇପାରିନାହିଁ। ନିକଟସ୍ଥ ସ୍ଥାନରେ ଯାଞ୍ଚ କରିବା ପରେ କୌଣସି ପତ୍ତା ନମିଳିବାରୁ ବନ ବିଭାଗ ଜଙ୍ଗଲର ବିଭିନ୍ନ ସ୍ଥାନରେ ଜନ୍ତା ବସାଇବା ପରେ ଜାଲ ବିଛାଇବା ସହିତ କୁକୁଡ଼ା‌ ମାଂସ ପକାଇଛି। ଏନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି‌, ପାଦଚିହ୍ନରୁ ଏହା ଏକ ଗଧିଆ କିମ୍ବା ବିଲୁଆ ବୋଲି ଅନୁମାନ କରାଯାଉଛି। କିନ୍ତୁ କିଛି କର୍ମଚାରୀ କଲରାପତରିଆ ବୋଲି ସନ୍ଦେହ କରୁଛନ୍ତି।

ଯଦି ତାହା କଲରାପତରିଆ ହୋଇଥାଏ, ତା’କୁ ଧରାଯିବ। କିନ୍ତୁ ବିଲୁଆ କିମ୍ବା ଗଧିଆ ବୋଲି ସ୍ପଷ୍ଟ ହେଲେ, ତାକୁ ଛାଡ଼ି ଦିଆଯିବ। ଏହାକୁ ନେଇ ଜନସାଧାରଣ ଆତଙ୍କିତ ହେବା ଆବଶ୍ୟକ ନୁହେଁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ମଜାକଥା ହେଉଛି, ସନ୍ଧ୍ୟାବେଳେ ଜନ୍ତା ପାଖରେ ପକା ଯାଇଥିବା ମାଂସଖଣ୍ଡଗୁଡ଼ିକୁ କୌଣସି ଜନ୍ତୁ ଖାଇଦେଇଥିଲା। ରାତି ୧୧ଟା ସମୟରେ କରାଯାଇଥିବା ଯାଞ୍ଚରୁ ଏହା ଜଣାପଡ଼ିଥିଲା। କିନ୍ତୁ କେହି ଧରାପଡ଼ି ନଥିଲେ। ଜନ୍ତାରେ ବନ୍ଧା ହୋଇଥିବା କୁକୁଡ଼ା ବି ଅକ୍ଷତ ଥିଲା। ତା’ପରେ ‌ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ କ୍ୟାମେରାକୁ ଖଞ୍ଜାଯାଇଥିଲା। ରାତି ପ୍ରାୟ ୨ଟା ବେଳକୁ ଗୋଟିଏ ବଣଭୁଆ ବାହାରି ଧାଇଁ ପଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe