ଡାଏବେଟିସକୁ ନେଇ ସ୍ୱାସ୍ଥ୍ୟ ଶିବିର

ଡାଏବେଟିସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏବେ ଅଣ୍ଟା  ଭିଡିଛି ଡକ୍ଟରସ ଫୋରମ ଓଡିଶା | ମେଡିକାଲ ଛାତ୍ର/ଛାତ୍ରୀମାନଙ୍କ ସହ ମିଶି ଇଣ୍ଡିଆନ ମେଡିକାଲ ଆସୋସିଏସନର ଡକ୍ଟରସ ଫୋରମ ଓଡିଶା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା

342168f7-e4d0-4f1a-9af2-3d4c35288597

health camp Photograph: (sambad.in)

ଭୁବନେଶ୍ୱର: ଦିନକୁ ଦିନ ଡାଏବେଟିସ ସମସ୍ୟା ବଢ଼ିବାରେ ଲାଗିଛି | ଏବେ ଘରେ ଘରେ ଡାଏବେଟିସ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିବାବେଳେ କେମିତି ଏହାର ନିରାକରଣ କରାଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି | ତେବେ ଡାଏବେଟିସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏବେ ଅଣ୍ଟା  ଭିଡିଛି ଡକ୍ଟରସ ଫୋରମ ଓଡିଶା | ମେଡିକାଲ ଛାତ୍ର/ଛାତ୍ରୀମାନଙ୍କ ସହ ମିଶି ଇଣ୍ଡିଆନ ମେଡିକାଲ ଆସୋସିଏସନର ଡକ୍ଟରସ ଫୋରମ ଓଡିଶା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା |

ଭୁବନେଶ୍ୱରର ବରମୁଣ୍ଡାରେ ଆୟୋଜିତ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୧୦୦ ଜଣ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ | ଡାକ୍ତର ରଂଜିତ କୁମାର ପଣ୍ଡା, ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଡାକ୍ତର ପ୍ରେମସାଗର ପଣ୍ଡାଙ୍କ ସହ ମିଶି ମେଡିକାଲ ଛାତ୍ରଛାତ୍ରୀମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ |

ଏହି ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ଥିବା ରୋଗୀମାନଙ୍କୁ କିଭଳି ଡାଏବେଟିସ ନିୟନ୍ତ୍ରଣରେ ରଖିବେ, ଖାଦ୍ୟପେୟରେ ସନ୍ତୁଳନ ରଖିବେ, ତାହା ବୁଝାଯାଇଥିଲା | ଜୀବନଶୈଳୀରେ ପରିବର୍ତ୍ତନ ସହ କିଛି ଶାରୀରିକ ପରିଶ୍ରମ ହିଁ ଡାଏବେଟିସକୁ ନିୟନ୍ତ୍ରଣରେ ରଖିପାରିବ ବୋଲି ଉପସ୍ଥିତ ଡାକ୍ତରମାନେ କହିଥିଲେ | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe