ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିଚୟପତ୍ର ବଣ୍ଟନ

Advertisment
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିଚୟପତ୍ର ବଣ୍ଟନ

ଭୁବନେଶ୍ୱର: ସତ୍ୟନଗର ଲେଡିଜ୍‌ ଫୋରମ୍ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ରୟାଲ ଲାଗୁନ୍‌ ଆପାର୍ଟମେଣ୍ଟରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମକୁ ଫୋରମ୍‌ର ସଦସ୍ୟା ଶୋଭେଦିତା ରୟ, ଦାଭିନ୍ଦର କୌର୍‌, କାଜଲ ମହାପାତ୍ର ଓ ଅବିନାଶ ଚୌଧୁରୀ ସଂଯୋଜନା କରିଥିଲେ।

ଏହି ଅବସରରେ ୫୦ଜଣ ବରିଷ୍ଠ ନାଗରିକଙ୍କ ପଞ୍ଜୀକରଣ କରାଯାଇଥିଲା ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନନ୍ଦନକାନନ ଥାନା ଅଧିକାରୀ ବରିଷ୍ଠ ନାଗରିକ ପରିଚୟପତ୍ରର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଆପାର୍ଟମେଣ୍ଟର ସମ୍ପାଦକ ଅଶୋକ କୁମାର ସାହୁ ସହଯୋଗ କରିଥିବା ବେଳେ ଫୋରମ୍‌ର ସଂପାଦିକା ଅନୁରାଧା ଦାଶ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe