ରାଜଧାନୀରେ କରୋନା ସୁସ୍ଥ ହାର ରାଜ୍ୟଠାରୁ କମ୍

Advertisment

ଦିନକରେ ୪୯ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ପାର୍, ବଢ଼ି ଚାଲିଛି କଣ୍ଟାକ୍ଟ କେସ୍

ଦିନକରେ ୪୯ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ପାର୍, ବଢ଼ି ଚାଲିଛି କଣ୍ଟାକ୍ଟ କେସ୍

ରାଜଧାନୀରେ କରୋନା ସୁସ୍ଥ ହାର ରାଜ୍ୟଠାରୁ କମ୍

ଭୁବନେଶ୍ୱର : ରାଜଧାନୀରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର। ପଜିଟିଭ୍ ସଂଖ୍ୟା ବଢ଼ୁଛି, ହେଲେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଆଶାତୀତ ନୁହେଁ। ଏପରିକି ଖୋର୍ଧା ଜିଲ୍ଲା ଓ ରାଜ୍ୟର ସୁସ୍ଥ ହାରଠାରୁ ରାଜଧାନୀର କରୋନା ରୋଗୀଙ୍କ ସୁସ୍ଥ ହାର କମ୍। ରାଜ୍ୟରେ ସୁସ୍ଥ ହାର ୭୦ ପ୍ରତିଶତ ଥିବା ବେଳେ ଖୋର୍ଧାରେ ୫୮ପ୍ରତିଶତ ରହିଛି। ରାଜଧାନୀରେ ଏହି ହାର ପ୍ରାୟ ୪୬ ପ୍ରତିଶତ। ପ୍ରତ୍ୟେକ ଦିନ ଭୁବନେଶ୍ବରରେ ବହୁ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଗତ ୨୪ଘଣ୍ଟାରେ ରାଜଧାନୀରେ ୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୫ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ହାରାହାରି ପ୍ରାୟ ୩୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରାଜଧାନୀରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ରେ ପହଞ୍ଚିଛି। ଯାହାକି ରାଜ୍ୟର ୨୭ଟି ଜିଲ୍ଲାରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟାଠାରୁ ଅଧିକ।

publive-image The Local Italy

ରାଜଧାନୀରେ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ୩୪ ଜଣଙ୍କ ମଧ୍ୟରୁ ୨୯ଜଣ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କ କଡ଼ାକଡ଼ି ତଦାରଖ ହେଉ ନଥିବାରୁ ସଂସ୍ପର୍ଶରେ ଆସି ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଏହାସହ ଘରୋଇ ହସ୍ପିଟାଲଗୁଡ଼ିକରୁ କର୍ମଚାରୀ ଓ ରୋଗୀମାନେ ମଧ୍ୟ ଚିକିତ୍ସା ଅବସ୍ଥାରେ ପଜିଟିଭ୍ ହେଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଏକାଧିକ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି।

ଅପରପକ୍ଷରେ ଆଜି ୧୫ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୨ଜଣଙ୍କ କୌଣସି ପ୍ରକାର ଯାତ୍ରା ଇତିହାସ ନାହିଁ କିମ୍ବା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ତେଣୁ ସେମାନେ କିଭଳି ପଜିଟିଭ୍‌ ହେଲେ, ତାହା ଏବେ ଚିନ୍ତାର ବିଷୟ ହୋଇଛି। ମାତ୍ର ୩ ପଜିଟିଭ୍‌ ଅନ୍ୟ ହଟସ୍ପଟ୍‌ ଜିଲ୍ଲାକୁ ଯାତ୍ରା କରିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ୫୭୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୪୨ ଜଣ ସକ୍ରିୟ ରୋଗୀ ରହିଛନ୍ତି। ରାଜଧାନୀରେ ୧୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe