ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଶ୍ରବଣ ଯନ୍ତ୍ର ପ୍ରତିରୋପଣ

Advertisment
ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଶ୍ରବଣ ଯନ୍ତ୍ର ପ୍ରତିରୋପଣ

ଭୁବନେଶ୍ୱର: ଭୁବନେଶ୍ବର ଆପୋଲୋ ହସ୍ପିଟାଲର ଇଏନ୍‌ଟି ବିଭାଗରେ ୪ବର୍ଷରୁ କମ୍ ଦୁଇ ଜଣ ପିଲାଙ୍କଠାରେ ସଫଳତାର ସହ କୋକ୍ଲିୟର ବା ଶ୍ରବଣ ଯନ୍ତ୍ର ପ୍ରତିରୋପଣ କରାଯାଇଛି। ଇଏନ୍‌ଟି ସର୍ଜନ ତଥା କନ୍ସଲଟାଣ୍ଟ ଡା. ମନୋଜ କୁମାର ଲାଠଙ୍କ ନେତୃତ୍ବରେ ତାଙ୍କ ଟିମ୍ ପକ୍ଷରୁ ହସ୍ପିଟାଲରେ ଦୁଇଟି ପିଲାଙ୍କର କୋକ୍ଲିୟର ପ୍ରତିରୋପଣ କରାଯାଇଥିଲା। ଉକ୍ତ ଦୁଇଜଣ ପିଲା ଜନ୍ମରୁ ବଧିର ଏବଂ ଅନେକ ପରୀକ୍ଷା ପରେ ଦୁଇଟି କାନକୁ ଶୁଭୁନଥିବା ଜଣାପଡ଼ିଥିଲା। ତେଣୁ ଅସ୍ତ୍ରୋପଚାର ଦ୍ଵାରା ସେମାନଙ୍କର କାନ ଭିତରେ କୋକ୍ଲିୟର ଉପକରଣ ପ୍ରତିରୋପଣ ପାଇଁ ଡାକ୍ତରଖାନା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଡା. ଲାଠ କହିଛନ୍ତି ଯେ, ଏହି ଅପରେସନ୍ ସଫଳତା ପୂର୍ବକ ଶେଷ କରାଯାଇଛି। ପ୍ରତିରୋପଣ କରାଯାଇଥିବା ଯନ୍ତ୍ରକୁ ସୁଇଚ୍ ଅନ୍ କରିବା ପରେ ଡା. ସ୍ଵରୂପ ବିକାଶ ମିଶ୍ର ରିହାବିଲିଟେସନ୍‌ କାର୍ଯ୍ୟ ଆରମ୍ଭ କରିବ‌େ। ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମେଡିକାଲ୍ ସର୍ଭିସେସ୍‌ର ନିର୍ଦ୍ଦେଶକ ଡା. ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ, ଶ୍ରବଣ ଦୁର୍ବଳ ଦ୍ବାରା ରୋଗୀ, ନବଜାତ ଶିଶୁର ଶ୍ରବଣ ଏବଂ ଶ୍ରବଣ ସଂରକ୍ଷଣ ଉପରେ ଧ୍ୟାନଦେଇ ଆପୋଲୋ ଶ୍ରବଣ କ୍ଲିନିକ୍‌ ଆରମ୍ଭ କରିବାକୁ ଯାଉଛି। ଆମ ଡାକ୍ତରଖାନାରେ ଅସ୍ତ୍ରୋପଚାର କରିଥିବା ଉଭୟ ଶିଶୁଙ୍କ ପରିବାର ଲୋକଙ୍କ ମୁହଁରେ ହସ ଫେରାଇ ଆଣିବା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର ବିଷୟ। ପ୍ରତିରୋପଣ ପରେ ରୋଗୀମାନଙ୍କୁ ସ୍ପିଚ୍ ଓ ଲାଙ୍ଗୁଏଜ୍ ଥେରାପି କରିବାକୁ ହେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe