ଶିକ୍ଷା ମାଧ୍ୟମରେ ପୃଥିବୀ ପୃଷ୍ଠକୁ ଆସିପାରିବ ସ୍ୱର୍ଗ: ରାଜ୍ୟପାଳ

Advertisment
ଶିକ୍ଷା ମାଧ୍ୟମରେ ପୃଥିବୀ ପୃଷ୍ଠକୁ ଆସିପାରିବ ସ୍ୱର୍ଗ: ରାଜ୍ୟପାଳ

ଭୁବନେଶ୍ବର: ଶିକ୍ଷା ହେଉଛି ସୁନ୍ଦର। ଯାହା ମାଧ୍ୟମରେ ଜୀବନରେ ଆଲୋକ ଭରି ପାରିବ। ତୁମମାନଙ୍କ ଆଖିରେ ଥିବା ଚମକ, କୌତୁହଳ ଓ ମନର ଆଶା କେବେ ମଉଳିବା ଉଚିତ୍ ନୁହେଁ। ଶିକ୍ଷା ମାଧ୍ୟମରେ ସ୍ୱର୍ଗକୁ ପୃଥିବୀ ପୃଷ୍ଠକୁ ଅଣାଯାଇପାରିବ ଏବଂ ଜୀବନରେ ସଫଳତାର ଶୀର୍ଷକୁ ଛୁଇଁ ହେବ। ସାଇ ଇଣ୍ଟରନ୍ୟାସନାଲ୍‌ର ପ୍ରତିଷ୍ଠାତା ଚେୟାରମ୍ୟାନ୍ ସ୍ୱର୍ଗତ ବିଜୟ କୁମାର ସାହୁଙ୍କ ସ୍ୱପ୍ନର ପ୍ରୋଜେକ୍ଟ ‘ଗାଲାକ୍ସି ଅଫ୍ ଷ୍ଟାରସ୍‌’କୁ ଉଦ୍‌ଘାଟିତ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ‘ବିଦ୍ୟା ଦଦାତି ବିନୟମ୍‌’ର ବ୍ୟାଖ୍ୟା କରିବା ସହ ସମସ୍ତଙ୍କୁ ଭଲପାଇବା ଏବଂ ଗୁରୁଜନଙ୍କ ପ୍ରତି ମନରେ ସମ୍ମାନ ରହିବା ଦରକାର ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ସ୍ୱର୍ଗତ ସାହୁଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଥମ ବିଜୟ କୁମାର ସାହୁ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଛି। ‘ଭବିଷ୍ୟତ ଶିକ୍ଷା ଉପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରଭାବ’ ଶୀର୍ଷକ ଉପରେ ବକ୍ତୃତା‌ ପ୍ରଦାନ କରି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଶାନ୍ତ ମହାପାତ୍ର କହିଲେ ଗତିଶୀଳ ଶିକ୍ଷା ବ୍ୟବସ୍ଥା ବିତର୍କ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ଚିନ୍ତାଧାରାର ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ତ୍ରୁଟି ବୁଝିବା ସହ ଭଲ ଓ ଖରାପ ମଧ୍ୟରେ ପାର୍ଥକ୍ୟ ଜାଣିବା ଅତ୍ୟନ୍ତ ପ୍ରାସଙ୍ଗିକ।

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏକ ଅଭ୍ୟାସ, ଯେଉଁଥିରେ ପୁରାତନ ପଦ୍ଧତିକୁ ପରିବର୍ତ୍ତନ କରିବାର କ୍ଷମତା ରହିଛି।
ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଯୋଗଦେଇ କହିଲେ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଜୟ କୁମାର ସାହୁଙ୍କ ମଧୁର ସ୍ମୃତିରେ ପ୍ରତିବର୍ଷ ଏହିଭଳି ମେମୋରିଆଲ୍ ଲେକଚର୍ ଆୟୋଜନ କରାଯିବ। ଭବିଷ୍ୟତର ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବା ସହ ନୂତନ ଓ ବିକଶିତ ଭାରତ ଗଠନରେ ଏହା ସହାୟକ ହେବ। ସ୍କୁଲର ସଙ୍ଗୀତ ଶିକ୍ଷକ ହିମାଂଶୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସାଇ ଇଣ୍ଟରନ୍ୟାସନାଲ୍‌ ରେସିଡେନ୍ସିଆଲ ସ୍କୁଲର ପ୍ରଧାନଶିକ୍ଷକ ଅମିତାଭ୍ ଅଗ୍ନିହୋତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe