ଭୁବନେଶ୍ୱରରେ ବର୍ଷା ଜଳ ନିଷ୍କାସନ ସମସ୍ୟା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଦାଉ ସାଜିଛି ବର୍ଷା : ଏ ପର୍ଯ୍ୟନ୍ତ ଦେଶରେ ୪୬୫ ମଲେଣି

କଟକ : ବର୍ଷା ପାଣିରେ ଉବୁଟୁବୁ ହେଉଥିବା ସ୍ମାର୍ଟ ସିଟି ଭୁବନେଶ୍ୱରରେ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁରର ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ବର୍ଷାରେ ରାଜଧାନୀ ଭୁବନେଶ୍ୱର ବାସିନ୍ଦା ଘଣ୍ଟା ଘଣ୍ଟା ଧରି ଜଳବନ୍ଦୀ ଅବସ୍ଥାରେ ରହିଥିଲେ। ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ଡ୍ରେନ୍‌ ପାଣି ଓ ବର୍ଷା ପାଣି ଏକାକାର ହୋଇଥିଲା। ଘର ଆଗରେ ଥିବା ବାଇକ୍‌, ଅଟୋ ଓ କାର୍‌ ପାଣିରେ ଡଙ୍ଗା ଭଳି ଭାସୁଥିବାର ଦେଖିବାକୁ ମିଳିଥିଲା। କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାକୃତିକ ନାଳ ସବୁ ଜବର ଦଖଲ କରାଯାଇଛି। ଡ୍ରେନ୍‌ ଦେଇ ବର୍ଷା ଜଳ ନିଷ୍କାସିତ ହେଉ ନାହିଁ। ଏଭଳି ପରିସ୍ଥିତି ପାଇଁ ବିଏମସି ଓ ସରକାରୀ କଳ ଦାୟୀ। ଭବିଷ୍ୟତରେ ଯେପରି ଏପରି ପରିସ୍ଥିତି ସୃଷ୍ଟି ନ ହେବ ସେଥି ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ସେହିପରି କୁଆଖାଇ ନଦୀ ପଠାରେ ବାଲିଯାତ୍ରା ଆୟୋଜନକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମାମଲାରେ ଆଇନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ୱର ତହସିଲଦାର, କେନ୍ଦ୍ରାଞ୍ଚଳ ଆରଡିସି ଓ ପୁଲିସ କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe