ଓଡ଼ିଶାରେ ‘ହେଲୋ କ୍ୟାବ୍‌ସ’ ସେବା ଆରମ୍ଭ

ଓଡ଼ିଶାରେ ‘ହେଲୋ କ୍ୟାବ୍‌ସ’ ସେବା ଆରମ୍ଭ

www.eventshigh.com

ଭୁବ‌ନେଶ୍ବର : ହେଲୋ କ୍ୟାବସ୍‌ ସର୍ଭିସେସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାରେ କ୍ୟାବ୍‌ ସେବା ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସମେତ କଟକ, ପୁରୀ ଓ ଖୋର୍ଧା ସହରରେ ଏହି କ୍ୟାବ୍‌ ସେବା ଚାଲିବ। ଓଡ଼ିଶାର ଲୋକଙ୍କୁ ସମ୍ପୂର୍ଣ୍ଣ କ୍ୟାବ୍‌ ଗମନାଗମନ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ପିକ୍‌ଅପ, ଡ୍ରପ ସୁବିଧା, ରେଣ୍ଟାଲ ଓ ରାଇଡ ସେୟାରିଂ ସେବା ପ୍ରଦାନ କରିବ। କମ୍ପାନି ସବୁ ବର୍ଗର ଲୋକଙ୍କୁ ସେବା ଯୋଗାଇବାକୁ ଚାହୁଁଛି। ଏହା ଉଭୟ କାର ଓ ଅଟୋ ଜରିଆରେ ସେବା ଯୋଗାଇବ। ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଏହାର ଲୋଗୋ, ୱେବସାଇଟ୍‌ ଓ ଆପ୍‌କୁ ଉନ୍ମୋଚନ କରି ହେଲୋ କ୍ୟାବ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ତୃପ୍ତିରଞ୍ଜନ ଦାସ କହିଛନ୍ତି।

ନିରାପତ୍ତା ଦୃଷ୍ଟିରୁ କ୍ୟାବ ଚାଳକଙ୍କ ଦେହରେ କ୍ୟାମେରା ଲାଗିବ। ନିଜର ପ୍ରିୟଜନ ଓ ଅଭିଭାବକଙ୍କ ପାଇଁ ଗ୍ରାହକମାନେ ମୋବାଇଲ ଆପ୍‌, ଟୋଲ୍‌ ଫ୍ରି ନମ୍ବର ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ କ୍ୟାବ୍‌ ବୁକ୍‌ କରିପାରିବେ। ହୋଟେଲ ଶୀତଲରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନିର ଅଧ୍ୟକ୍ଷଙ୍କ ସହ ସଫ୍ଟନେଟ୍‌ର ଏମ୍‌ଡି ଶାନ୍ତନୁ ମହାପାତ୍ର, ପଦ୍ମଶ୍ରୀ ପ୍ରକାଶ ରାଓ, ଆଦିତ୍ୟ ହ୍ୟୁଣ୍ଡାଇର ଆଦିତ୍ୟ ପାତ୍ର, ମହିଦ୍ରା ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe