ଦରଦୀ ପୁଲିସ କର୍ମଚାରୀ: ୮୦ଥର ରକ୍ତଦାନ ଓ ୭୬ ଗରିବଙ୍କ ଶବଦାହ

Advertisment
ଦରଦୀ ପୁଲିସ କର୍ମଚାରୀ: ୮୦ଥର ରକ୍ତଦାନ ଓ ୭୬ ଗରିବଙ୍କ ଶବଦାହ

ଭୁବନେଶ୍ବର: ଗରିବ ତଥା ଅସହାୟଙ୍କୁ ସାହାଯ୍ୟ ଏବଂ ରକ୍ତଦାନରେ ଏକ ବିରଳ କୀର୍ତ୍ତିମାନ ଅଭିମୁଖେ ଅଗ୍ରସର ହେଉଛନ୍ତି ପୁଲିସ କର୍ମଚାରୀ ବିଭୂତି ଭୂଷଣ ପରିଜା। ପୁଲିସ ବିଭାଗର ସ୍ପେସାଲ ବ୍ରାଞ୍ଚ୍‌ର ବିଭୂତି ବର୍ତ୍ତମାନ ସୁଦ୍ଧା ୮୦ଥର ରକ୍ତଦାନ କରିସାରିଲେଣି। ୭୬ଜଣ ଗରିବଙ୍କୁ ବିନା ମୂଲ୍ୟରେ ଶବ ସତ୍କାର କରିସାରିଛନ୍ତି। ‘ସମ୍ବାଦ’ରେ ଆୟୋଜିତ ବିପଦର ବନ୍ଧୁ କାର୍ଯ୍ୟକ୍ରମରେ ମଧ୍ୟ ସେ ନିୟମିତ ଭାବେ ରକ୍ତଦାନ କରିଛନ୍ତି। ୨୦ ବର୍ଷ ବୟସରୁ ରକ୍ତଦାନ କରିଆସୁଥିବା ବିଭୂତି ରକ୍ତଦାନରେ ୧୦୦ ଛୁଇଁବାକୁ ଲକ୍ଷ୍ୟ ରଖିଛନ୍ତି। ଗଲା ୧୧ ବର୍ଷ ଭିତରେ ସେ ଦୁର୍ଘଟଣା ଓ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ପାଇଁ ୮ଥର ଅସ୍ତ୍ରୋପଚାର ହୋଇଥିବା ସତ୍ତ୍ବେ ତାଙ୍କର ରକ୍ତଦାନ ପ୍ରତି ଥିବା ଦୁର୍ବଳତା ଓ ସେବା ମନୋବୃତ୍ତି କାର୍ଯ୍ୟ ପାଇଁ ପୁଲିସ ବିଭାଗରେ ଏକ ନିଆରା ଉଦାହରଣ ସୃଷ୍ଟି କରିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe