ଭୁବନେଶ୍ୱର: ହେଲ୍ପମେଟ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ‘ଜାଗ୍ରତ ହେଉ ଭାଷାପ୍ରୀତି’ କାର୍ଯ୍ୟକ୍ରମ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଜୁଳା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଶିଶୁ ଓ ମହିଳା ସୁରକ୍ଷା ମନ୍ତ୍ରୀ ପ୍ରଫୁଲ୍ଲ ସମାଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସମାଜସେବୀ ଜଗଦାନନ୍ଦ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଟିକାୟତରାୟ, ସମାଜସେବୀ ଜଗନ୍ନାଥ ପ୍ରଧାନ ଯୋଗ ଦେଇ ଆଲୋଚନାଚକ୍ରରେ ଭାଗ ନେଇଥିଲେ।
ଏଥିରେ ଡ. ତମସାରାଣୀ ଦାସମହାପାତ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ସୁଚିସ୍ମିତା ମନ୍ତ୍ରୀ, ଡ. ଅଜୟ ସ୍ୱାଇଁ ପ୍ରମୁଖ ଭାଗ ନେଇ ଆମ ଭାଷା ଆମ ଗର୍ବର ମୂଳ ମନ୍ତ୍ର ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଲେଖିକା କୃଷ୍ଣପ୍ରିୟା ଦାସ, ଆୟକର ବିଭାଗ ସଚିବ ଶରତ କୁମାର ଦାଶ, ଭାଷାବିତ୍ ଦେବାଶିଷ ମହାପାତ୍ର, ନମିତା ରାଓ, ଆଶିଷ ରଞ୍ଜନ ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ବିଶ୍ୱରଞ୍ଜନ ମହାନ୍ତି, ଅମରେଶ ପାତ୍ର, ଜ୍ୟୋତି କର, ସେବା ମହିଳା ସମିତି, ଫିନିକ୍ସ ସେବା, ମ୍ୟାକ୍ସ ଫେସନ୍ ପଟିଆ, ଭାରତ ବିକାଶ ବାଣୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଶ୍ୱରଞ୍ଜନ ପ୍ରଧାନ, ସୁଧା ପଟ୍ଟନାୟକ, ସୁଷମା ଦାଶ, ନିହାରିକା ପଟ୍ଟନାୟକ, ଅଭିଜିତ୍ ଦୀକ୍ଷିତ୍, ମୋନିକା ମହାପାତ୍ର, ସୁକାନ୍ତି ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us