ଦୁର୍ଘଟଣାର ଶିକାର ଯୁବକଙ୍କୁ ସହାୟତାର ସୁଅ

Advertisment
ଦୁର୍ଘଟଣାର ଶିକାର ଯୁବକଙ୍କୁ ସହାୟତାର ସୁଅ

ଭୁବନେଶ୍ବର: ଦୁର୍ଘଟଣାର ଶିକାର ହୋଇ ବାମ‌ ଗୋଡ଼ ଭାଙ୍ଗି ଯାଇଥିବା କନ୍ଧମାଳ ତୁମୁଡ଼ିବନ୍ଧ ଅଞ୍ଚଳର ଯୁବକ ରିଚାର୍ଡ ନାୟକଙ୍କୁ ସହାୟତାର ସୁଅ ଛୁଟିଛି। ଏମ୍‌ସରେ ଆଜି ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଖୁବ୍‌ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଥିବା ପରିବାର ଲୋକ କହିଛନ୍ତି। ରିଚାର୍ଡ ଚଳିତ ମାସ ୧ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିଲେ। ବାମ ଗୋଡ଼ର ହାଡ଼ ଭାଙ୍ଗି ଚୂରମାର୍‌ ହୋଇଯାଇଥିଲା। ଏମ୍‌ସକୁ ଆସିବା ପରେ ଡାକ୍ତର ଅସ୍ତ୍ରୋପଚାର ଜରୁରୀ ଥିବା କହିଥିବା ବେଳେ ଏଥିପାଇଁ ୪୨ ହଜାର ଟଙ୍କା ଆବଶ୍ୟକ ବୋଲି କହିଥିଲେ। ବହୁ କଷ୍ଟରେ ତାଙ୍କ ପରିବାର ଲୋକ ୩୦ ହଜାର ଟଙ୍କା ଯୋଗାଡ଼ କରିଥିଲେ। ମାତ୍ର ଏ ସଂପର୍କିତ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବହୁ ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ୪୨ ହଜାର ଟଙ୍କା ଯୋଗାଡ଼ ହୋଇପାରିଛି। ଫଳରେ ତାଙ୍କର ଗୋଡ଼ କଟାଯିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଦୂର ହୋଇଛି। ଏପରିକି ଅସ୍ତ୍ରୋପଚାର ପାଇଁ ବନ୍ଧକ ରହିଥିବା ଘର ବାବଦରେ ମଧ୍ୟ ଟଙ୍କା ଫେରାଇବାରେ ପରିବାରଲୋକ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe