ଏକାମ୍ର ହାଟରେ ଶାସ୍ତ୍ରୀୟ ରାଗର ଝଙ୍କାର

Advertisment

ଆରମ୍ଭ ହେଲା ‘ହେରିଟେଜ୍‌ ଇଣ୍ଡିଆ ଫେଷ୍ଟିଭାଲ୍‌’

ଆରମ୍ଭ ହେଲା ‘ହେରିଟେଜ୍‌ ଇଣ୍ଡିଆ ଫେଷ୍ଟିଭାଲ୍‌’

ଏକାମ୍ର ହାଟରେ ଶାସ୍ତ୍ରୀୟ ରାଗର ଝଙ୍କାର

ଭୁବନେଶ୍ୱର : ଶାସ୍ତ୍ରୀୟ ସଂଗୀତର ମନଛୁଆଁ ସନ୍ଧ୍ୟା ‘ହେରିଟେଜ୍‌ ଇଣ୍ଡିଆ ଫେଷ୍ଟିଭାଲ୍‌’ ଏକାମ୍ର ହାଟ ମୁକ୍ତମଞ୍ଚରେ ଆରମ୍ଭ ହୋଇଛି। ‘ଦି ଓଡ଼ିଶା ଏକାଡେମି ଅଫ୍‌ ଟ୍ରାଇବାଲ୍‌ କଲ୍‌ଚର, ରିସର୍ଚ ଆଣ୍ଡ୍‌ ପରଫର୍ମିଂ ଆର୍ଟ୍‌’ ପକ୍ଷରୁ ଆୟୋଜିତ ଏହି ବିଶେଷ ଆସରର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ହିନ୍ଦୁସ୍ତାନୀ ସଂଗୀତ ଶୁଣିବାକୁ ମିଳିଥିଲା।

ଜଣାଶୁଣା ଓଡ଼ିଶୀ କଣ୍ଠଶିଳ୍ପୀ ବିଜୟ ଜେନା ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ। ବଜ୍ରକାନ୍ତି ରାଗ ଏବଂ ଏକତାଳିରେ ତାଙ୍କ ଦ୍ୱାରା ପରିବେଷିତ ‘ନିକୁଞ୍ଜ ଯାଆନା... ଏବଂ କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ ରଚିତ ‘ଆଜ ଦେଖିଲିରେ ନବୀନ ବୟସୀ ବାଳା... ଶ୍ରୁତି ମଧୁର ହୋଇଥିଲା। ସଚ୍ଚିଦାନନ୍ଦ ଦାସ, ମନୋଜ କୁମାର ତାଙ୍କୁ ସଂଗୀତରେ ସହଯୋଗ କରିଥିଲେ। ପରେ କୋଲକାତାର ପ୍ରତିଭା ମଣ୍ଡଲ୍‌ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ କରିଥିଲେ। ସେ ଯୋଗ ରାଗ ଓ ବିଲମ୍ବିତ ଏକତାଲ୍‌ରେ ସଂଗୀତ ପରିବେଷଣ କରିଥିଲେ। ପଣ୍ଡିତ ସମୀର ନନ୍ଦୀ ତାଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ସୀମିତ ଦର୍ଶକ ଥିଲେ ହେଁ, ଏକାମ୍ର ହାଟର ନିରୋଳା ପରିବେଶ ମଧ୍ୟରେ ଏଭଳି ଏକ ଶାସ୍ତ୍ରୀୟ ସଂଗୀତର ଆସର ବେଶ୍‌ ମନୋରଂଜନ କରିପାରିଥିଲା। ଆୟୋଜକ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ବଂଶୀବାଦକ ପ୍ରଫେସର ମୋହିନୀମୋହନ ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରୀତିସିନ୍ଧୁ ବସ୍ତିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe