ହେରିଟେଜ୍‌ ଭିଜନ୍‌ର ଟ୍ୟାଲେଣ୍ଟ ଅଲିମ୍ପିଆଡ୍‌

Advertisment
ହେରିଟେଜ୍‌ ଭିଜନ୍‌ର ଟ୍ୟାଲେଣ୍ଟ ଅଲିମ୍ପିଆଡ୍‌

ଚନ୍ଦ୍ରଶେଖରପୁର : ହେରିଟେଜ୍‌ ଭିଜନ ସୋସିଆଲ ଫାଉଣ୍ତେସନ୍‌ ପକ୍ଷରୁ ଇନଷ୍ଟିଚ୍ୟୁଟ ଅଫ୍‌ ଲାଇଫ ସାଇନ୍ସ ପ୍ରେକ୍ଷାଳୟରେ ରାଜ୍ୟସ୍ତରୀୟ ‘ଟ୍ୟାଲେଣ୍ଟ ଅଲିମ୍ପିଆଡ୍‌-ଯୁବ ପ୍ରଧାନମନ୍ତ୍ରୀ-୨୦୧୮’ ପ୍ରତିଯୋଗତା ଅନୁଷ୍ଠିତ ହୋଇଛି। ଏଥିରେ ବିଜେବି ଇ˚ଲିଶ ମିଡିୟମ ସ୍କୁଲର ଶ୍ବେତା ସୌନ୍ଦର୍ଯ୍ୟା ଦାସଙ୍କୁ ରାଜ୍ୟର ତୃତୀୟ ଯୁବ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଏଥିସହ ଯାଜପୁର ରୋଡ୍‌ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ରୀ କୋମଲ ତିୱାରୀ ଓ ସୁନା‌ବେଡ଼ାର ଆଦ୍ୟାଶା‌ ସାମନ୍ତରାୟ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଉତ୍ସବରେ ନାଟ୍ୟକାର ତଥା ସମାଜସେବୀ ଅନନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁନିଅନ୍‌ ବ୍ୟାଙ୍କର ବରିଷ୍ଠ ମହାପ୍ରବନ୍ଧକ ଆର ଏଲ୍‌ ମୀନା, ହେରିଟେଜ୍‌ ଭିଜନ ସୋସିଆଲ୍‌ ଫାଉଣ୍ଡେସନ୍‌ର ମୁଖ୍ୟ ଉପଦେଷ୍ଟା ମିହିର ପଟ୍ଟନାୟକ, ଫାଉଣ୍ଡେସନର ମୁଖ୍ୟ ମହେଶ ପଟ୍ଟନାୟକ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ୩୦୦ଟି ସ୍କୁଲର ବାର ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୋନସ୍ତରରେ ୩୦ ଜଣଙ୍କୁ ଭୁବନେଶ୍ବରରେ ଅନୁଷ୍ଠିତ ଫିନାଲେ ପାଇଁ ମନୋନୀତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe