ନନ୍ଦନକାନନରେ ଆଜି ଉଦ୍‌ଘାଟିତ ହେବ ହେଟାବାଘ ଘର

ନନ୍ଦନକାନନରେ ଆଜି ଉଦ୍‌ଘାଟିତ ହେବ ହେଟାବାଘ ଘର

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଉନ୍ମୋଚିତ ହେବ ନବ ନର୍ମିତ ୨ଟି ହେଟାବାଘ ଘର। ଏଥିସହିତ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ ଘର ମଧ୍ୟ ଉନ୍ମୋଚିତ ହେବ। ଅପରାହ୍ଣ ସାଢ଼େ ତିନିଟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ନବନିର୍ମିତ ହେଟାବାଘ ଘର ୨ଟି ପ୍ରାୟ ୧୭ ଶହ ବର୍ଗ ଫୁଟ୍‌ ପରିମିତ ଜାଗାରେ ନିର୍ମିତ ହୋଇଥିବା ବେଳେ ଏଥିପାଇଁ ପ୍ରାୟ ୩୧ ଲକ୍ଷ ଟଙ୍କା ଖର୍ଚ କରାଯାଇଛି। ଖୁଆଡ଼ ମଧ୍ୟରେ ହେଟାବାଘମାନଙ୍କ ବିଶ୍ରାମ ଲାଗି ଗୁମ୍ଫା ସଦୃଶ ୪ଟି କୃତ୍ରିମ ଗୃହ ନିର୍ମାଣ କରାଯାଇଛି। ଏହା ପଛକୁ ଲାଗି ଆଉ ୪ଟି ଗୃହ ମଧ୍ୟ ନିର୍ମାଣ କରାଯାଇଛି। ଏଥିରେ ଆବଶ୍ୟକ ପଡ଼ିଲେ ଅସୁସ୍ଥ ଓ ପ୍ରଜନନକ୍ଷମ ହେଟାବାଘଙ୍କର ଚିକିତ୍ସା କରାଯିବ। ହେଟାବାଘମାନେ ଖୁଆଡ଼ ମଧ୍ୟରେ ମୁକ୍ତ ବିଚରଣ କରୁଥିବା ଦୃଶ୍ୟ ଯେଭଳି ପର୍ଯ୍ୟଟକମାନେ ଉପଭୋଗ କରିପାରିବେ ସେଥିଲାଗି ଖୁଆଡ଼ ସମ୍ମୁଖରେ ପାହଚ ସହିତ ଗ୍ୟାଲେରି ନିର୍ମାଣ କରାଯାଇଛି।

ସେହିଭଳି ଗତ ୨୦୧୧ରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନରେ ବ୍ୟାଟେରି ଚାଳିତ ଗାଡ଼ିର ଶୁଭାରମ୍ଭ କରାଯାଇଥିଲା। ଶୁଭାରମ୍ଭ ହେବାର ଦୀର୍ଘ ୬ ବର୍ଷ ପରେ ନନ୍ଦନକାନନ କର୍ତୃପକ୍ଷ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ କରି ବିଶ୍ରାମାଗାର ସହିତ ଟିକେଟ୍‌ ଘର ନିର୍ମାଣ କରିଛନ୍ତି। ପର୍ଯ୍ୟଟକମାନେ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବ ସହିତ ଧାଡ଼ି ବାନ୍ଧି ଟିକେଟ କରିପାରିବେ। ସେଠାରେ ମଧ୍ୟ ପର୍ଯ୍ୟଟକମାନେ ବିଶ୍ରାମ ନେଇ ପାରିବେ ବୋଲି ନନ୍ଦନକାନନ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe