ହାଇଟେକ୍‌ ପାରାଡାଇଜ୍‌ ପ୍ରକଳ୍ପ : ପୁଞ୍ଜି ନିବେଶକଙ୍କ ବିକ୍ଷୋଭ

Advertisment
ହାଇଟେକ୍‌ ପାରାଡାଇଜ୍‌ ପ୍ରକଳ୍ପ : ପୁଞ୍ଜି ନିବେଶକଙ୍କ ବିକ୍ଷୋଭ

ଭୁବନେଶ୍ୱର : ପୁରୀ-ଭୁବନେଶ୍ୱର ଗୁଡ଼ିଆପୋଖରୀଠାରେ ନିର୍ମାଣାଧୀନ ହାଇଟେକ୍‌ ପାରାଡାଇଜ୍‌ ଆପାର୍ଟମେଣ୍ଟ ପ୍ରକଳ୍ପ ଦୀର୍ଘ ଦିନ ହେବ ହସ୍ତାନ୍ତର ହେଉ ନଥିବାରୁ ବିବାଦକୁ ଆସିଛି। ତୁରନ୍ତ ହସ୍ତାନ୍ତର କରିବା ଦାବିରେ ଆଜି ଶତାଧିକ ପୁଞ୍ଜି ନିବେଶକ ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ମୁଖ୍ୟନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନିକଟ ଅତୀତରେ ମଧ୍ୟପ୍ରଦେଶରେ ଏ ନେ ଇ ଏକ ନୂଆ ନିୟମ ହୋଇଛି। ନିୟମ ମୁତାବକ ୮୦ ପ୍ରତିଶତ ପ୍ରକଳ୍ପ ଶେଷ ହୋଇଥିଲେ ଏବଂ ସଂସ୍ଥା ହଇରାଣ କରୁଥିଲେ ଏହାକୁ ରାଜ୍ୟ ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି ନେଇ ଯିବେ ଏବଂ ଶୃଙ୍ଖଳିତ କରିବେ। ସେହି ନିୟମ ଅନୁସାରେ ବା କିଛି ନୂଆ ନିୟମ କରି ଏହାକୁ ଶୃଙ୍ଖଳିତ କରିବା ପାଇଁ ନିବେଶକମାନେ ଦାବି କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଏକ ଶୋଭାଯାତ୍ରାରେ ଆସି ହାଇଟେକ୍‌ ପାରାଡାଇଜ୍‌ ଓନର୍ସ େଓ୍ଵଲଫେୟାର ଆସୋସିଏସନର ଅମିତ ଦାସ, ବିପିନ କୁମାର ସାହୁ ଓ ଶୈଳେନ୍ଦ୍ରନାଥ ମହାନ୍ତିଙ୍କ ସମେତ ୫୦ ଜଣ ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୧୧ ମସିହାରୁ ୩୨୯ ଜଣ ନିବେଶକାରୀ ୨୪ କୋଟିରୁ ଊର୍ଧ୍ୱ ଟଙ୍କା ଦେଇ ସାରିଥିଲେମଧ୍ୟ ପ୍ରକଳ୍ପ ସରୁନି କି ଆପାର୍ଟମେଣ୍ଟ ହସ୍ତାନ୍ତର ହେଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe