ଭୁବନେଶ୍ବରରେ ’ବାଲିଯାତ୍ରା’ ନାଁରେ ଉତ୍ସବ ଆୟୋଜନକୁ ବିରୋଧ, ହାଇକୋର୍ଟଙ୍କ ନୋଟିସ୍

Advertisment
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ : ଇଂରାଜୀ ବଡ଼ ଅକ୍ଷରରେ ଲେଖାଯିବ ଆଇନଜୀବୀଙ୍କ ପୂରା ନାଁ

କଟକ: ଭୁବନେଶ୍ବରରେ ବାଲିଯାତ୍ରା ନାଁରେ ଉତ୍ସବ ଆୟୋଜନକୁ ବିରୋଧ କରି ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ଉପ-ଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର, ପୁଲିସ କମିସନର, ଭୁବନେଶ୍ବର ଡିସିପି ଓ ଭୁବନେଶ୍ବର ଜୋନ୍-୫ ଏସିପିଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାରେ ପକ୍ଷ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିସେମ୍ବର ୨କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବିଜୟ ସ୍ବାଇଁ ଓ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କୁଆଖାଇ ନଦୀ ପଠାରେ କେତେକ ବ୍ୟକ୍ତି କାର୍ତ୍ତିକ ପୂର୍ଣ୍ଣିମା ସକାଳ ସମୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରିବା ସହିତ ସଂଧ୍ୟାରେ ବାଲିଯାତ୍ରା ଉତ୍ସବ ଆରମ୍ଭ କରିଥିବା ନେଇ ଖବର ପ୍ରକାଶ ପାଇଥିଲା। ବରିମୁଣ୍ଡ, ମଞ୍ଚେଶ୍ବର, ପଟିଆ, ରଘୁନାଥପୁର, କଳାରାହାଙ୍ଗ ଅଞ୍ଚଳର କେତେକ ବ୍ୟକ୍ତି ଭୁବନେଶ୍ବର ବାଲିଯାତ୍ରା ଆୟୋଜନ ପାଇଁ ୨୦୧୭ରେ ଉଦ୍ୟମ କରିଥିଲେ। ଜିଲ୍ଲା ପ୍ରଶାସନ ଏଥିପାଇଁ ଅନୁମତି ଦେଇ ନଥିଲା। ୨୦୧୮ରେ ଏହି ଅଞ୍ଚଳର କିଛି ବ୍ୟକ୍ତି କିନ୍ତୁ ବରିମୁଣ୍ଡ ସାମିଲ ମଞ୍ଚେଶ୍ବର ମୌଜାରେ ବେଆଇନ ଭାବେ ବାଲିଯାତ୍ରା ଉତ୍ସବ ଆୟୋଜନ କରିଥିଲେ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ଦେଉ ନଥିଲେ ମଧ୍ୟ ସେମାନେ ଉତ୍ସବ ଆୟୋଜନ କରୁଛନ୍ତି। ଅସ୍ଥାୟୀ ଷ୍ଟଲ ନିର୍ମାଣ କରାଯିବା ସହିତ ପାର୍କିଂ ସ୍ଥାନ ନିରୂପଣ ଓ ଆଲୋକୀକରଣ କାର୍ଯ୍ୟ କରାଯାଇଛି। ଯାତ୍ରା ପାଇଁ ବିଭିନ୍ନ ଲୋକଙ୍କ ନିକଟରୁ ଟଙ୍କା ନେଇ ପ୍ଲଟ ଆବଣ୍ଟନ କରାଯାଇଛି। ବେଆଇନ କାର୍ଯ୍ୟ ଚଳାଇବା ପାଇଁ କେତେକ ବ୍ୟକ୍ତି ଏପରି ଉତ୍ସବ ଆ‌େୟାଜନ କରୁଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଏପରି ଆୟୋଜନ ପାଇଁ ଆଖପାଖ ଗ୍ରାମବାସୀଙ୍କ ସହଯୋଗ ନଥିବା ବେଳେ ପ୍ରଶାସନ ମଧ୍ୟ ଏଥି ପାଇଁ ଅନୁମତି ଦେଉନାହିଁ। ବିନା ଅନୁମତିରେ ଆୟୋଜନ କରାଯାଉଥିବା ଏହି ଉତ୍ସବ ରୋକିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe