ହାଇକୋର୍ଟରେ ନଦୀଶଯ୍ୟାରେ ବେଆଇନ ନିର୍ମାଣ ଓ କାରଖାନା ପ୍ରସଙ୍ଗ: ୪ ସପ୍ତାହରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

Advertisment
ହାଇକୋର୍ଟରେ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ : ୧୦୭ ମାମଲା ଫଇସଲା, ୬ କୋଟି ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

Odisha Sun Times

କଟକ: କୁଆଖାଇ ନଦୀ ଶଯ୍ୟାରେ ବେଆଇନ ନିର୍ମାଣ ଓ କାରଖାନା ଚାଲିବା ଅଭିଯୋଗ ପ୍ରସଙ୍ଗରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆବେଦନକାରୀଙ୍କ ଆପତ୍ତି ଉପରେ ଶୁଣାଣି କରି ଜିଲ୍ଲାପାଳ ୪ ସପ୍ତାହ ଭିତରେ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜ‌ଷ୍ଟିସ ‌କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ କୁଆଖାଇ ନଦୀ ପଠାକୁ ଜବରଦଖଲ କରି ଜଣେ ବ୍ୟକ୍ତି ଏକ ବଡ଼ କୋଠା ନିର୍ମାଣ କରିବା ସହିତ ଏଥିରେ କାରଖାନା ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। ବରିମୁଣ୍ଡ ଡମସାହି ଓ ବେହରାସାହି ନିକଟରେ ଏପରି କାରଖାନା ଚାଲିଛି। ପୁରୁଣା କାଗଜ ଟ୍ରକ୍ ଯୋଗେ ଆଣି ଏହି କାରଖାନାରେ ଦିନରାତି କାଗଜ ପ୍ଲେଟ୍ ତିଆରି କରାଯାଉଛି। ଏପରି କାରଖାନା ଯୋଗୁଁ ବାୟୁ, ଶବ୍ଦ ଓ ଜଳ ପ୍ରଦୂଷଣ ହେଉଛି। ଏଥିପାଇଁ ପ୍ରଶାସନ କୌଣସି ଅନୁମତି ଦେଇ ନଥିବା ବେଳେ ବେଆଇନ ଭାବେ ସରକାରୀ ଜମି ଜବରଦଖଲ କରାଯାଇ ଏପରି କାର୍ଯ୍ୟ ଚାଲିଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏଥିପୂର୍ବରୁ ଆବେଦନକାରୀ ପ୍ରଶାସନ ନିକଟରେ ଅଭିଯୋଗ କରି‌ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହା ପରେ ସେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe