ହାଇ ଲାଇଫ୍‌ ପ୍ରଦର୍ଶନୀ ଆରମ୍ଭ

Advertisment
ହାଇ ଲାଇଫ୍‌ ପ୍ରଦର୍ଶନୀ ଆରମ୍ଭ

ଭୁବନେଶ୍ବର: ହାଇ ଲାଇଫ୍ ଏକ୍‌ଜିବିସନ ସଂସ୍ଥାର ଭୁବନେଶ୍ବରରେ ପ୍ରଥମ ଦୁଇଦିନିଆ ପ୍ରଦର୍ଶନୀ ଆଜିଠାରୁ ହୋଟେଲ୍‌ ମେ’ ଫେୟାରରେ ଆରମ୍ଭ ହୋଇଛି। ଏଥିରେ ୧୦୦ ଡିଜାଇନ୍‌ ସାମିଲ ହୋଇଛନ୍ତି ବୋଲି ସଂସ୍ଥାର ଏମ୍‌ଡି ଆବି ଡୋମିନିକ୍ କହିଛନ୍ତି। ବ୍ରାଇଡାଲ ୱିୟରଠାରୁ ଆରମ୍ଭ କରି ଡିଜାଇନର ପୋଷାକ, ଗହଣା, ଫ୍ୟାସନ ‌ଆସେସୋରିଜ୍, ହୋମ ଆସେସୋରିଜ୍, କଳାକୃତି ଭଳି ଅନେକ ଲାଇଫଷ୍ଟାଇଲ୍ ଏବଂ ଫ୍ୟାସନ ସାମଗ୍ରୀ ଏଠାରେ ଉପଲବ୍ଧ ରହିଛି। ଭୁବନେଶ୍ବର ଓ ଓଡ଼ିଶାର ଲୋକମାନେ ସେମାନଙ୍କ ପ୍ରିୟ ସାମଗ୍ରୀ ଏଠାରେ ଦେଖିବା ସହିତ କିଣିବାର ସୁଯୋଗ ପାଇବେ।

ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ, ରାୟପୁର, ଭାଇଜାଗ, ବେଙ୍ଗାଲୁରୁ, ପୁଣେ, ମୁମ୍ବାଇ, ଇନ୍ଦୋର ସମେତ ଶ୍ରୀଲଙ୍କାର ବିଭିନ୍ନ ସହରରେ ହାଇଲାଇଫ୍ ଏକ୍‌ଜିବିସନ ଏକ ପରିଚିତ ନାମ ହୋଇସାରିଛି। ଭୁବନେଶ୍ବରରେ ଏହା ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ଏହା ଉନ୍ନତସ୍ତରକୁ ନେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe