ରାଜଧାନୀରେ ହାଇଟେକ୍‌ ଚୋରି: ସିସିଟିଭି ଫୁଟେଜ୍‌ ଥାଇ ବି ଧରିପାରୁନି ପୁଲିସ

Advertisment
୬୨ ହଜାର ଟଙ୍କା ଲୁଟ୍‌, ୩ ଯୁବକ ଅଟକ

Dainik Bhaskar

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ହାଇଟେକ୍‌ ଚୋର। ଗେଷ୍ଟ ହାଉସ୍‌, କଲ୍ୟାଣ ମଣ୍ଡପ ଭଳି ସ୍ଥାନରୁ ଲୁଟେରା ହାଇଟେକ୍‌ ପଦ୍ଧତିରେ ଚୋରି କରୁଛନ୍ତି। ମାତ୍ର ସିସିଟିଭିରେ ଚୋର ସ୍ପଷ୍ଟ ଦେଖାଯାଉଥିଲେ ବି ପୁଲିସ ସେମାନଙ୍କୁ ଠାବ କରିପାରୁନାହିଁ। ଗତ ୨ ତାରିଖ ଦିନ ବଲାଙ୍ଗୀରର ପ୍ରଦୀପ ଷଡ଼ଙ୍ଗୀ ଓ ତାଙ୍କ ଭାଇଙ୍କ ପରିବାର ସ୍ବାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ସହ ଦେଖାକରିବାକୁ ଭୁବନେଶ୍ବର ଆସି ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଗେଷ୍ଟ ହାଉସ୍‌ ବୈଷ୍ଣୋ ରେସିଡେନ୍ସିରେ ରହିଥିଲେ। ୩ ତା‌ରିଖ ବିଳମ୍ବିତ ରାତିରେ ତାଙ୍କ ରୁମ୍‌ରେ ପଶି ଜଣେ ଲୁଟେରା ୧୫ ହଜାର ଟଙ୍କା, ସୁନା ଚେନ ଓ ଗୋଟିଏ ମୋବାଇଲ ଫୋନ୍‌ ଚୋରି କରି ନେଇଥିଲା।

ଏନେଇ ଶ୍ରୀ ଷଡ଼ଙ୍ଗୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଗେଷ୍ଟ ହାଉସ୍‌ରେ ସିସିଟିଭି ନଥିବାରୁ ପୁଲିସ ନିକଟସ୍ଥ ଏକ ଘରେ ଲାଗିଥିବା ସିସି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରିଥିଲା। ଜଣାପଡ଼ିଥିଲା ଯେ ଲୁଟେରା ଜଣଙ୍କ ହୋଟେଲ ପଛପଟୁ ଆସି ରୁମ୍‌ରେ ପଶି ଚୋରି କରିଛି। ଚୋରି ମୋବାଇଲ୍‌ ଫୋନ୍‌ ଡୁମୁଡୁମାରେ ସୁଇଚ୍ ଅଫ୍ ହୋଇଛି। ସିସିଟିଭି ଫୁଟେଜ୍‌ରେ ଚୋର ଦେଖାଯାଉଥିଲେ ବି ପୁଲିସ ତାକୁ ଠାବ କରିପାରିନାହିଁ। ସୂଚନାଯୋଗ୍ୟ ଯେ ଗତ ୫ ତାରିଖ ରାତିରେ ବଡଗଡ଼ ଥାନା ଅଞ୍ଚଳରେ ଏକ ବିବାହ ମଣ୍ଡପରୁ ଚୋର ଲକ୍ଷାଧିକ ଟଙ୍କା ଥିବା ଉପହାର ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲା। ସିସିଟିଭିରେ କଏଦ ହୋଇଥିଲେ ବି କମିସନରେଟ୍‌ ପୁଲିସ ସେହି ଚୋରର ପତ୍ତା ପାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe