ଭୁବନେଶ୍ବର : ହିନ୍ଦୁସ୍ତାନୀ ସଙ୍ଗୀତ ସଭା ପକ୍ଷରୁ ‘ହିନ୍ଦୁସ୍ତାନୀ ସଙ୍ଗୀତ ଉତ୍ସବ-୨୦୧୯’ ଆଜି ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁ ଦାମୋଦର ହୋତା, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ଭାରତୀୟ ବିଦ୍ୟାଭବନର ମୁଖ୍ୟ ନିର୍ଦ୍ଦେଶକ ଏସ୍.କେ ତାମୋଟିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶୁଭଶ୍ରୀ ପ୍ରିୟଦର୍ଶିନୀ, ନିରଞ୍ଜନ ଭୂ୍ୟାଁ, ଗାୟତ୍ରୀ ସୁଚରିତା, ହରିଶ୍ଚନ୍ଦ୍ର ମହାନ୍ତି, ନମ୍ରଦା ରାଉତରାୟ, କୃଷ୍ଣଚନ୍ଦ୍ର ଦାଶ, ଗୁରୁ ହରିହର ରଥ ପ୍ରମୁଖ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରମୋଦ ପତି ବଂଶୀବାଦନ କରିଥିବା ବେଳେ ବିଶ୍ବମୋହନ ମିଶ୍ର ଗୀତାର ବାଦନ କରିଥିଲେ। ସୁଶାନ୍ତ ଜେନା, ଚିତ୍ତରଞ୍ଜନ ମହାପାତ୍ର, ବିଜୟ ଦାସ ଓ ସୀତାଂଶୁ ଷଡ଼ଙ୍ଗୀ ପ୍ରମୁଖ ତବଲାରେ ସହଯୋଗ କରିଥିଲେ। ଅନୁଷ୍ଠାନର ସମ୍ପାଦକ ରଘୁନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶ୍ରୀ ବରାଳ ଓ ସୁଶୀଲ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ।
ହିନ୍ଦୁସ୍ତାନୀ ସଙ୍ଗୀତ ଉତ୍ସବ-୨୦୧୯
Advertisment
Follow Us