ହିନ୍ଦୁସ୍ତାନୀ ସଂଗୀତ ସନ୍ଧ୍ୟା

Advertisment
ହିନ୍ଦୁସ୍ତାନୀ ସଂଗୀତ ସନ୍ଧ୍ୟା

ଭୁବନେଶ୍ବର: ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ସନ୍ଧ୍ୟାରେ ବିଭୋର ହେବାର ଅବକାଶ ଆଣି ଦେଇଥିଲା ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ୍‌। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ସଂଗୀତ ଆସରରେ ସୁମନ୍ତ ମହାରଣା ଭୂପାଲି ରାଗରେ ସଂଗୀତ ପରିବେଷ କରିଥିଲେ। ତାଙ୍କ ପରେ ଆକାଶ ରଂଜୀବ ବିଶ୍ବାଳ ରାଗ କଲ୍ୟାଣ ଏବଂ ଅମିତ କୁମାର ରଥ ଠୁମରି ପରିବେଷଣ କରିଥିଲେ। ତବଲାରେ ସୀମାଚଳ ମହାରଣା, କୁଳମଣି ସାହୁ ସହଯୋଗ କରିଥିଲେ। ପରେ ୩ ଶିଳ୍ପୀଙ୍କ ସମେତ ସ୍ବାତୀ ସୁଚରିତା ଭଜନ ପରିବେଷଣ କରିଥିଲେ। ଶେଷରେ ଆକାଶ ଓ ସାଥୀ କୱାଲି ପରିବେଷଣ କରି ଦର୍ଶକଙ୍କ ମନରୋଂଜନ କରିଥିଲେ। ଓଡ଼ିଶା ମ୍ୟୁଜିକ୍‌ ସର୍କଲ୍‌ର ଉପଦେଷ୍ଟା ଅବସର ବେଉରିଆ ଏବଂ ଅରବିନ୍ଦ ବେହେରା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe