ଖଣ୍ଡଗିରି-ଉଦୟଗିରିରେ ଆରମ୍ଭ ହେଲା ଐତିହ୍ୟ ପଦଯାତ୍ରା

Advertisment

ପ୍ରତି ଶନିବାର ଖଣ୍ଡିଗିରିରେ, ରବିବାର ପୁରୁଣା ଭୁବନେଶ୍ୱରରେ

ପ୍ରତି ଶନିବାର ଖଣ୍ଡିଗିରିରେ, ରବିବାର ପୁରୁଣା ଭୁବନେଶ୍ୱରରେ

ଖଣ୍ଡଗିରି-ଉଦୟଗିରିରେ ଆରମ୍ଭ ହେଲା ଐତିହ୍ୟ ପଦଯାତ୍ରା

ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱରରେ ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜିକୁ ନେଇ ଐତିହ୍ୟ ପଦଯାତ୍ରା ସଫଳ ହେବା ପରେ ଆଜିଠାରୁ ଖଣ୍ଡଗିରି ଓ ଉଦୟଗିରିକୁ ନେଇ ଆଉ ଏକ ଐତିହ୍ୟ ପଦଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ମୋଟ୍‌ ୨୫ଜଣ ଏହି ପଦଯାତ୍ରାରେ ସାମିଲ୍‌ ହୋଇଛନ୍ତି।

ଓଡ଼ିଶାକୁ ଆସୁଥିବା ହଜାର ହଜାର ବୌଦ୍ଧ ଓ ଜୈନ ପର୍ଯ୍ୟଟକଙ୍କୁ ନଜରରେ ରଖି ଖଣ୍ଡଗିରି ଓ ଉଦୟଗିରିରେ ଏହି ପଦଯାତ୍ରା ଆରମ୍ଭ ହୋଇଛି। ଏଠାରେ ଯାତ୍ରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇଛି। ଏଥିରେ ପାହାଡ଼ ଉପରକୁ ଯାତ୍ରୀ ଚଢ଼ୁଥିବାରୁ କିପରି ସୁରକ୍ଷିତ ଭାବେ ବୁଲିବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଡିଏ, ବିଏମ୍‌ସି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ରବିବାର ଆୟୋଜିତ ହେଉଥିବା ଐତିହ୍ୟ ପଦଯାତ୍ରା ମୁକ୍ତେଶ୍ୱର ମନ୍ଦିରରୁ ବାହାରି ଏକାମ୍ର ବନରେ ଶେଷ ହେଉଛି। ଏଥିରେ ବିଶେଷ କରି ହିନ୍ଦୁ ଧର୍ମାବଲମ୍ବୀ ଲୋକ ସାମିଲ୍‌ ହେଉଥିବାରୁ ଖଣ୍ଡଗିରି-ଉଦୟଗିରିରେ ଆଉ ଏକ ପଦଯାତ୍ରା ଆରମ୍ଭ କରାଯାଇଛି। ଏହାଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱରର ପ୍ରମୁଖ ଐତିହ୍ୟସ୍ଥଳୀ ବିଷୟରେ ପର୍ଯ୍ୟଟକମାନେ ସହଜରେ ଜାଣିପାରିବେ। ଏଣିକି ପ୍ରତି ଶନିବାର ଖଣ୍ଡଗିରି-ଉଦୟଗିରିରେ ଏବଂ ରବିବାର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଐତିହ୍ୟ ପଦଯାତ୍ରା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe