ଜବାବ ଦାଖଲ ପାଇଁ ଚାଲିଛି ପରାମର୍ଶ

Advertisment

ଐତିହ୍ୟ ନନ୍ଦକୁଣ୍ଡ ପୁଷ୍କରିଣୀକୁ ଭୁଲିଗଲେ

ଐତିହ୍ୟ ନନ୍ଦକୁଣ୍ଡ ପୁଷ୍କରିଣୀକୁ ଭୁଲିଗଲେ

ଟଙ୍କା ଖର୍ଚ୍ଚ କରିବାକୁ ବୁଦ୍ଧି ଜୁଟୁନି

ପୁରୁଣା ଭୁବନେଶ୍ୱର: ଐତିହ୍ୟ ନନ୍ଦକୁଣ୍ଡ ପୁଷ୍କରିଣୀର ପୁନରୁଦ୍ଧାର ଓ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ଏହା ବିଏମ୍‌ସିର ସଫେଇ ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ। ଅପରପକ୍ଷେ ପୁଷ୍କରିଣୀକୁ ନେଇ ହୋଇଥିବା ମାମଲାଗୁଡ଼ିକରୁ କିପରି ରକ୍ଷା ପାଇହେବ, ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଆଇନ ବିଶାରଦଙ୍କ ସହ ଆଲୋଚନା ଚଳାଇଥିବା ଜଣାଯାଇଛି। ବିଏମ୍‌ସି ପକ୍ଷରୁ ୨୦ କୋଟି ଟଙ୍କା ବ୍ୟୟରେ ୬ଟି ପୁଷ୍କରିଣୀ ପୁନରୁଦ୍ଧାର କରାଯିବା ପାଇଁ ଯୋଜନା ହୋଇଛି। କିନ୍ତୁ ଐତିହ୍ୟ ନନ୍ଦକୁଣ୍ଡ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ବିଏମ୍‌ସି ଟିକିଏ ବି ଚିନ୍ତା କରିନି। ଓଲଟି ଏହି ପୁଷ୍କରିଣୀକୁ ନେଇ ହୋଇଥିବା ମାମଲାଗୁଡ଼ିକରୁ ରକ୍ଷା ପାଇବା ପାଇଁ ଅଧିକାରୀମାନେ ଆଇନ ବିଶାରଦଙ୍କ ସହ ଆଲୋଚନା ଚଳାଇଛନ୍ତି। ଗତ ମେ’ ୨୮ ତାରିଖରେ ହାଇକୋର୍ଟ ଏହି ପୁଷ୍କରିଣୀର ପୁନରୁଦ୍ଧାର ଓ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଥିଲେ। ସେହି ମାସ ୩୦ ତାରିଖରେ ଭୁବନେଶ୍ୱର ସ୍ଥାୟୀ ଲୋକ ଅଦାଲତ ପକ୍ଷରୁ ମଧ୍ୟ ବିଏମ୍‌ସିର ୫ ଜଣଙ୍କ ସମେତ ବିଭିନ୍ନ ବିଭାଗର ୧୦ଜଣ ଅଧିକାରୀଙ୍କୁ ଏନେଇ ନୋଟିସ୍‌ ହୋଇଥିଲା। ଆସନ୍ତା ୧୧ ତାରିଖରେ ଲୋକ ଅଦାଲତରେ ବିଏମସି ଜବାବ ରଖିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe