ହକି ଫିଭର୍‌: ରଙ୍ଗିନ ଆଲୋକ ଓ କଳାକୃତିରେ ଝଲସୁଛି ଭୁବନେଶ୍ବର

ହକି ଫିଭର୍‌: ରଙ୍ଗିନ ଆଲୋକ ଓ କଳାକୃତିରେ ଝଲସୁଛି ଭୁବନେଶ୍ବର

ଭୁବନେଶ୍ୱର: କଟକରେ ହକି ବିଶ୍ବକପ୍‌ ଉଦ୍‌ଘାଟିତ ହୋଇଛି। ହେଲେ ଭୁବନେଶ୍ବରରେ ବି ହକି ପାଇଁ ଉତ୍ସାହ ବଢ଼ିଚାଲିଛି। ସାରା ସହର ସଜେଇ ହୋଇଥିବା ବେଳେ କଳିଙ୍ଗ ଷ୍ଟାଡିୟମ ରଙ୍ଗିନ ଆଲୋକ ମାଳାରେ ଚମକୁଛି। ରାତିରେ ଆଲୋକମାଳା, ଦିନରେ ଓଲିରୁ ଆରମ୍ଭ କରି ଆଭ୍ୟନ୍ତରୀଣ ସାଜସଜ୍ଜା ପଥଚାରୀକୁ ଟାଣି ନେଉଛି। ଗତକାଲି ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଥିବା ବେଳେ ଆଜି ବାରଣ କରାଯାଇଥିଲା। ଆସନ୍ତାକାଲି ଏହି ଷ୍ଟାଡିୟମରେ ସମସ୍ତଙ୍କୁ ପ୍ରବେଶ ସୁଯୋଗ ମିଳିବ। ଏହା ଭିତରେ ଓଲି ସହ ସେଲ୍ଫି, ନାନା ରକମର ଖାଇବାର ମଜା ଏକ ନିଆରା ଅନୁଭୂତି ଦେବ। ସାଧାରଣ ଲୋକଙ୍କ ମଉଜ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

publive-image

କେବଳ ଷ୍ଟାଡିୟମ ନୁହେଁ, ବରଂ ସମଗ୍ର ସହର ଏକ ନୂଆ ରୂପ ନେଇଛି। ସହରର ପ୍ରମୁଖ ସ୍ଥାନମାନଙ୍କରେ ପ୍ରସିଦ୍ଧ ଶିଳ୍ପୀଙ୍କ ହାତ ତିଆରି କଳାକୃତି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି। ରାତି ହେଲେ ଏହାର ଆକର୍ଷଣ ଆହୁରି ବଢ଼ି ଯାଉଛି। ଭିନ୍ନ ଭିନ୍ନ ରଙ୍ଗର ଲାଇଟ୍‌ରେ ଏହି ସବୁ କଳାକୃତି ଝଲସୁଛି। ପରିଷ୍କାର ପରିଚ୍ଛନ୍ନ ରାସ୍ତା ଘାଟ ସାଙ୍ଗକୁ ରାସ୍ତା କଡ଼ରେ ନାନା ପ୍ରଜାତିର ଛୋଟ ଛୋଟ ଗଛ ଓ ଘାସ ଗାଲିଚା ପଥଚାରୀକୁ ଦଣ୍ଡେ ଛିଡ଼ା ହୋଇ ଫଟୋ ଉଠାଇବାକୁ ଯେମିତି ବାଧ୍ୟ କରୁଛି। ସ୍ଥାନେ ସ୍ଥାନେ ନିଆରା ଠାଣିରେ ଛିଡ଼ା ହୋଇଥିବା ଓଲି ହାତ ଠାରି ଡାକୁଛି।

publive-image

କେହି କେ‌ହି ବିଳମ୍ବିତ ରାତିରେ ବାହାରି ଫାଙ୍କା ରାସ୍ତାରେ ଏଭଳି ଏକ ନିଆରା ପରିବେଶର ମଜା ନେଉଛି। ଭୁବନେଶ୍ବରରେ ହକି ମ୍ୟାଚ୍‌କୁ ଆଉ ଗୋଟିଏ ଦିନ ବାକି ରହିଛି। ଷ୍ଟାଡିୟମ ଭିତରେ ଖେଳ ଉପଭୋଗ କରିବା ପୂର୍ବରୁ ସେମାନେ ଏହି ପରିବେଶରେ ବୁଲିବା ଓ ସେଲ୍ଫି ଉଠାଇବାକୁ ‘ୱାର୍ମ ଅପ୍‌’ ନାଁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe