୮୯ଟି ପୁରୁଣା ବସ୍‌କୁ ନୂଆ ରୂପ ଦେବ କ୍ରୁଟ୍

ସରକାରଙ୍କ ଅନୁମତି ନାହିଁ, ମିଳୁନି ପରମିଟ୍‌, ଖତଖାଉଛି ୧୦ ନୂଆ ସିଟି ବସ୍‌

ଭୁବନେଶ୍ବର: ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀରେ ୨୦୦ଟି ନୂଆ ସିଟି ବସ୍ ଚଲାଇବାକୁ ଯୋଜନା ହୋଇଥିବା ବେଳେ ଏବେ ଚାଲୁଥିବା ୮୯ଟି ପୁରୁଣା ସିଟି ବସ୍‌କୁ ନୂଆ ରୂପ ଦେବାକୁ ‌ନିଷ୍ପତ୍ତି ନେଇଛି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍)। ଏନେଇ କ୍ରୁଟ୍‌ର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ନିଷ୍ପତ୍ତି ହୋଇଛି। ଏବେ ଚାଲୁଥିବା ଅଧିକାଂଶ ସିଟି ବସ୍ ପୁରୁଣା ଦେଖାଯାଉଥିବା ବେଳେ କେତେକ ଭାଙ୍ଗି ଯାଇଛି। ତେଣୁ ତୁରନ୍ତ ଏହାର ମରାମତି କରିବା ସହ ନୂଆ ରଙ୍ଗ ଦେବାକୁ ଯୋଜନା ହୋଇଛି। କ୍ରୁଟ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ ଚାଲୁଥିବା ୮୯ଟି ପୁରୁଣା ବସ୍୍‌ରୁ ୫୯ଟି ଷ୍ଟାଣ୍ଡାର୍ଡ ସାଇଜ୍‌ର ବସ୍ ଥିବା ବେଳେ ଗୋଟିଏ ବସ୍‌ରେ ୪୩ଜଣ ଯାତ୍ରୀ ଯାଇପାରୁଛନ୍ତି। ସେହିପରି ୩୦ଟି ମଧ୍ୟମ ସାଇଜ୍‌ର ବସ୍ ଥିବା ବେଳେ ଗୋଟିଏ ବସ୍‌ରେ ୨୮ଜଣ ଯାତ୍ରୀ ଯାଇ ପାରୁଛନ୍ତି। ଏହି ବସ୍‌ଗୁଡ଼ିକୁ ୬ ମାସ ମଧ୍ୟରେ ନୂଆ ରୂପ ଦିଆଯିବ।

ସୂଚନାଯୋଗ୍ୟ, କ୍ରୁଟ୍‌ ତିନିଟି ପ୍ୟାକେଜ୍‌ରେ ସିଟି ବସ୍ ଚଲାଇବାକୁ ଯୋଜନା କରିଥିବା ବେଳେ ପ୍ୟାକେଜ୍-୧ ଓ ୨ରେ ୨୦୦ଟି ନୂଆ ସିଟି ବସ୍‌ ଏବଂ ପ୍ୟାକେଜ୍-୩ରେ ୧୧୦ଟି ପୁରୁଣା ସିଟି ବସ୍ ଚଳାଇବ। ଏଥିରୁ ୮୯ଟି ଏବେ ରାଜଧାନୀରେ ଚାଲୁଥିବା ବେଳେ ବାକି ୨୧ଟି ବିଭିନ୍ନ ପୌରସଂସ୍ଥାରୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe