ଏଣିକି ପୁରୁଣା ଦରରେ ହୋଲ୍ଡିଂ ଟ୍ୟାକ୍ସ, ବଡ଼ ଖିଲାପକାରୀଙ୍କ ଘର ସିଲ୍‌ ହେବ

Advertisment
ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

Telegraph India

ଏସ୍‌ଏଚ୍‌ଜି ଆଦାୟ କରିବେନି ଟ୍ୟାକ୍ସ
ୱାର୍ଡ ଅଫିସରଙ୍କ ସହଯୋଗରେ କିନ୍ନର ଆଦାୟ କରିବେ

ଭୁବନେଶ୍ବର : ଏଣିକି ରାଜଧାନୀବାସୀଙ୍କଠାରୁ ପୁରୁଣା ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯିବ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂତନ ହୋଲ୍ଡିଂ ଟ୍ୟାକ୍ସ ଲାଗୁ ଉପରେ ସ୍ଥଗିତାଦେଶ ଲାଗୁ ହେବା ପରେ ବିଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଯେଉଁ ବଡ଼ ଖିଲାପକାରୀ (ବାଣିଜ୍ୟିକ ପ୍ରତିଷ୍ଠାନ/ଅନୁଷ୍ଠାନ) ରହିଛନ୍ତି, ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯେଉଁମାନଙ୍କର ପୁରୁଣା ହାରରେ ମଧ୍ୟ ବହୁତ ବକେୟା ରହିଛି, ସେମାନଙ୍କ କୋଠାକୁ ସିଲ୍‌ କରାଯିବ। ଆବଶ୍ୟକ ପଡ଼ିଲେ ଓପିଡିଆର ଆଇନ ୧୯୬୨ ଅନୁଯାୟୀ ଜେଡିସିଗୁଡ଼ିକ ଏ ଦିଗରେ ପଦକ୍ଷେପ ନେଇପାରିବେ ବୋଲି ଗତକାଲି ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ ଅନଲାଇନ୍, ମଡ୍ୟୁଲ୍‌ରେ ନୂତନ ମୂଲ୍ୟାଙ୍କନ ହାର ଉପଲବ୍ଧ ହୋଇଛି। ତାହାକୁ ଆଉ ପୁରୁଣା ହାରକୁ ସଂଶୋଧିତ କରାଯାଇପାରିବ ନାହିଁ। କାରଣ ଅନ୍‌ଲାଇନ୍‌ରେ ଥିବା ସମସ୍ତ ଡିମାଣ୍ଡ ଓ ପେମେଣ୍ଟ ଡାଟା କଟିଯାଇଛି। ତେଣୁ ସମସ୍ତ ୱାର୍ଡ ଅଧିକାରୀମାନେ ପୁରୁଣା ହାରରେ ହୋଲ୍ଡିଂଟ୍ୟାକ୍ସ ଆଦାୟ କରିବେ। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଚେକ୍ କିମ୍ବା ନଗଦ ପଞ୍ଜୀକରଣ କରିବାକୁ କୁହାଯାଇଛି। ସମସ୍ତ ୱାର୍ଡ ଅଧିକାରୀ ନୂତନ ମୂଲ୍ୟାଙ୍କନ ଉପରେ ଧ୍ୟାନ ଦେଇ ପୁରୁଣା ହାରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ। ପୁରୁଣା ହାରରେ ନୂତନ ଏମ୍‌ଆଇଏସ୍‌ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ନାହିଁ। ତଥାପି ସେମାନେ ଚେକ୍ ଦ୍ୱାରା ବାଣିଜ୍ୟ ଲାଇସେନ୍ସ ସଂଗ୍ରହ କରିପାରିବେ। ଏପ୍ରିଲ୍‌ରୁ ପୁରୁଣା ହାରରେ ସମସ୍ତ ଜୋନ୍ ଦ୍ୱାରା ଏମ୍‌ଆଇଏସ୍‌ ପ୍ରସ୍ତୁତ ହେବ। ଦକ୍ଷିଣ-ପଶ୍ଚିମ ଜୋନ୍‌ ଓ ଉତ୍ତର ଜୋନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ବାଣିଜ୍ୟ ଲାଇସେନ୍ସ ମେଳା ଶେଷ ହୋଇଛି। ଦକ୍ଷିଣ-ପୂର୍ବ ଜୋନରେ ବାକି ଥିବା ଦୁଇଟି ମେଳା ଜାରି ରହିବ। ଟିଜି(କିନ୍ନର) ଗୋଷ୍ଠୀଗୁଡ଼ିକ କାର୍ଯ୍ୟ ଜାରି ରଖିବେ। ତେବେ ସେମାନେ କ୍ଷେତ୍ରକୁ ଯିବା ସମୟରେ ୱାର୍ଡ ଅଫିସରମାନେ ପୁରୁଣା ହାର ଅନୁଯାୟୀ ବକେୟା ପରିମାଣର ତଥ୍ୟ ଦେବେ।

ବାଣିଜ୍ୟ ଲାଇସେନ୍ସର ସର୍ଭେ ସମୟରେ ଜଣାପଡ଼ିଛି ଯେ କେତେକ ବ୍ୟବସାୟୀ ସର୍ଭେ କର୍ମଚାରୀଙ୍କୁ ଅସଦାଚରଣ କରୁଛନ୍ତି। ସର୍ବେକ୍ଷଣକାରୀଙ୍କୁ କୌଣସି ସୂଚନା ଦେଉନାହାନ୍ତି। ଯେଉଁ ଅଞ୍ଚଳରେ ଏଭଳି ଘଟଣା ସମ୍ମୁଖକୁ ଆସୁଛି, ସମ୍ପୃକ୍ତ ଅଞ୍ଚଳର ଜେଡିସି ଦୋକାନକୁ ନୋଟିସ୍ ଜାରି କରିବେ। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପଠାଇ ଦୋକାନକୁ ସିଲ୍ କରିବା ଦିଗରେ ପଦକ୍ଷେପ ନେଇପାରିବେ। ସେହିପରି ଉକ୍ତ ଡିଫଲ୍ଟରଙ୍କ ନିକଟକୁ ସେଣ୍ଟ୍ରାଲ୍ ଲାଇସେନ୍ସ ସ୍କ୍ବାଡ୍‌କୁ ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବିଏମ୍‌ସି ଅଧୀନରେ ଥିବା ସମସ୍ତ ଜେଡିସି, ୱାର୍ଡ ସୁପରଭାଇଜର୍‌ ଓ ୱାର୍ଡ ଅଧିକାରୀମାନେ ଏ ଦିଗରେ ପଦକ୍ଷେପ ନେବାକୁ ବୈଠକରେ କୁହାଯାଇଛି। ବୈଠକରେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ, ସିଏଫ୍‌ଓ ସଞ୍ଜୀବ ସିଂ, ଡିସି(ରାଜସ୍ବ) ଶ୍ରୀମନ୍ତ ମିଶ୍ର, ଉତ୍ତର ଜୋନ୍‌ ଜେଡିସି ପୂରନ୍ଦର ନନ୍ଦ, ଦକ୍ଷିଣ ପୂର୍ବ ଜେଡିସି ଅଂଶୁମାନ ରଥ, ଉତ୍ତର ପଶ୍ଚିମ ଜେଡିସି ରବି ନାରାୟଣ ଜେଠୀ, ବିଏପ୍‌ୟୁ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe