ରାସ୍ତା ମଝିରେ ୫ ଫୁଟ୍‌ର ଗାତ, ସପ୍ତାହକରେ ୧୫ ଆହତ

Advertisment
ରାସ୍ତା ମଝିରେ ୫ ଫୁଟ୍‌ର ଗାତ, ସପ୍ତାହକରେ ୧୫ ଆହତ

ବାଲିଅନ୍ତା : ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ବାଳକାଟି-ଝିଣ୍ଟିଶାସନ ପିଚୁରାସ୍ତାର ସାଇଫନ ବଜାର ନିକଟରେ ସୃଷ୍ଟି ହୋଇଥିବା ଗୋଟିଏ ୫ ଫୁଟିଆ ଗର୍ତ୍ତ ଏବେ ଜନ ସାଧାରଣଙ୍କ ଲାଗି ବିପଦର କାରଣ ପାଲଟିଛି। ଗତ ସପ୍ତାହ ମଧ୍ୟରେ ଏହି ବିପଦସଙ୍କୁଳ ଗର୍ତରେ ପଡ଼ି ୧୫ ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିନଥିବା ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। ବିଶେଷ କରି ରାତିରେ ଯାଉଥିବା ଅଜଣା ବାଇକ୍‌ ଆରୋହୀମାନେ ରାସ୍ତା ମଝିରେ ଗାତ ଜାଣିନପାରି ଦୁର୍ଘଟଣାଗ୍ରସ୍ତ ହେଉଥିବା କୁହାଯାଉଛି।

ସୂଚନାନୁସାରେ ସାମୁଦ୍ରିକ ଝଡ଼ବାତ୍ୟା ଅମ୍ଫାନରେ ବେଳେ ଉକ୍ତ ସ୍ଥାନରେ ଗୋଟିଏ ଛୋଟ ଗାଡ଼ ହୋଇଥିଲା। ପରେ ଭାରୀଯାନ ବାଲିବୋଝେଇ ହାଇୱା ଓ ଟ୍ରକ ବାରମ୍ବାର ଯାତାୟାତ କରିବା ଦ୍ବାରା ଏହା ୫ ଫୁଟ ଚଉଡ଼ା ଏବଂ ୩ ଫୁଟ ଗଭୀର ହୋଇଗଲାଣି। ବଡ଼ ଗାଡ଼ି ଗୁଡ଼ିକ ରାସ୍ତା ଅତିକ୍ରମ କରିବା ସମୟରେ ରାସ୍ତା ଅବସ୍ଥା ଖୁବ୍‌ ସଂକୀର୍ଣ୍ଣ ହୋଇପଡ଼ୁଛି। ଫଳରେ ଉଭୟ ପାର୍ଶ୍ବରେ ଯାଉଥିବା ପଥଚାରୀ ଏବଂ ବାଇକ୍‌ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅମ୍ଫାନ ଯିବାର ଏକ ସପ୍ତାହ ବିତିଗଲାଣି। ହେଲେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ରାସ୍ତା ମରାମତି ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe