ଜେଲ୍‌ରୁ ଭିଡ଼ କମାଇବାକୁ ଉଚ୍ଚସ୍ତରୀୟ କମିଟିର ଚୂଡ଼ାନ୍ତ ନିଷ୍ପତ୍ତି, ପାରୋଲ୍‌ରେ ଯିବେ ବନ୍ଦୀ

ଜେଲ୍‌ ବିଭାଗ ଡିଜିଙ୍କୁ ଚିଠି ଲେଖିଲା ଗୃହ ବିଭାଗ

ବାରିପଦା ମଣ୍ଡଳ କାରାଗାରରେ ମା’ ପରେ ପୁଅ ମୃତ, ବଧୂହତ୍ୟା ମାମଲାରେ ବନ୍ଦୀ ଥିଲେ

New Indian Express

ଭୁବନେଶ୍ବର: କୋଭିଡ଼୍‌-୧୯ ପାଇଁ ବିଭିନ୍ନ ଜେଲ୍‌ରେ ଥିବା କଏଦୀମାନଙ୍କ ଭିଡ଼ କମାଇବା ପାଇଁ ପାରୋଲ୍‌ରେ ବନ୍ଦୀଙ୍କୁ ଛାଡ଼ନ୍ତୁ। ଏ ନେଇ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। କମିଟିର ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଜେଲ୍‌ ବିଭାଗ ଡିଜିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସ୍ବତନ୍ତ୍ର ଶାସନ ସଚିବ ଜଣାଇଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ରିଟ୍‌ ପିଟିସନ୍‌ର ଶୁଣାଣି କରି ଗତ ମାସ ୨୩ ତାରିଖରେ ସୁପ୍ରିମ୍‌ କୋର୍ଟ କଏଦୀମାନଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କେଉଁ ବନ୍ଦୀମାନଙ୍କୁ ଛଡ଼ାଯିବ, ସେ ନେଇ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର କଏଦୀମାନଙ୍କୁ ଜେଲ୍‌ରୁ ଖଲାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe