ମହଙ୍ଗା ପଡ଼ିଲା ଗଛରେ ହୋର୍ଡିଂ, ସିଲ୍‌ ହେଲା ଟ୍ୟୁସନ ସେଣ୍ଟର

Advertisment
ମହଙ୍ଗା ପଡ଼ିଲା ଗଛରେ ହୋର୍ଡିଂ, ସିଲ୍‌ ହେଲା ଟ୍ୟୁସନ ସେଣ୍ଟର

Shutterstock

ଭୁବନେଶ୍ବର: ବେଆଇନ ଭାବରେ ଗଛ ଓ କାନ୍ଥବାଡ଼ରେ ବିଜ୍ଞାପନ ପୋଷ୍ଟର ଲଗାଇବା ମହଙ୍ଗା ପଡ଼ିଛି। ଆଜି ବିଏମ୍‌ସି ଚଢ଼ଉ କରି ନୂଆପଲ୍ଲୀରେ ଥିବା ପିରାମିଡ୍‌ ଟ୍ୟୁସନ ସେଣ୍ଟରକୁ ସିଲ୍‌ କରିଛି। ଏହି ସଂସ୍ଥା ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଓ ସରକାରୀ କାନ୍ଥ‌ରେ ବିଜ୍ଞାପନ ପୋଷ୍ଟର ମାରିଥିଲା। ବିଏମ୍‌ସି ଡେପୁଟି କମିସନର ସପନ କୁମାର ନନ୍ଦଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଚଢ଼ଉ କରିଥିଲା। ଏହି ବେଆଇନ ବିଜ୍ଞାପନ ବ୍ୟବସ୍ଥାକୁ ବିଏମ୍‌ସି ଗୁରୁତ୍ବର ସହ ନେଇଛି। ଲଗାତାର ଚଢ଼ଉ କରାଯିବା ସହ ଜରିମାନା ଆଦାୟ ହେଉଛି।

ଏ ଯାବତ୍‌ ୧୧୭ ସଂସ୍ଥାଙ୍କୁ ନୋଟିସ୍‌ କରାଯାଇଛି। ବିଜ୍ଞାପନ ପୋଷ୍ଟର ପିଛା ସର୍ବନିମ୍ନ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ସଂସ୍ଥାମାନେ ଧାର୍ଯ୍ୟ ସମୟରେ ଜରିମାନା ଦାଖଲ ନ କଲେ ସେସବୁ ସଂସ୍ଥାକୁ ସିଲ୍‌ କରାଯିବ। ସିଲ୍‌ କରିବା ପରେ ମଧ୍ୟ ଜରିମାନା ଦାଖଲ ନ କଲେ ଓପିଡିଆର(ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ ରିକଭରି) ଆଇନ ଅନୁସାରେ ମାମଲା କୋର୍ଟକୁ ଯିବ। ସେଠାରେ ଶୁଣାଣି ହେବା ପରେ ଦଣ୍ଡ ଧାର୍ଯ୍ୟ ହେବ। ଏହି ପ୍ରକିୟାରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ଅନେକ ସଂସ୍ଥା ଏ ଯାବତ୍‌ ବିଏମ୍‌ସି ନୋଟିସ୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କାରିନାହାନ୍ତି। ଏଣୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି କହିଛି। ଏଠାରେ ସୂଚାଇ ଦିଆଯାଇପାରେ କିଛିଦିନ ତଳେ ବିଏମ୍‌ସି ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ଘୋଷଣା କରିଥିଲା। କିନ୍ତୁ ଚୁପ୍‌ ବସି ଯାଇଥିଲା। ‘କାର୍ଯ୍ୟାନୁଷ୍ଠାନ ପ୍ରହସନ’ ଶୀର୍ଷକ ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ବିଏମ୍‌ସି ତତ୍ପର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe