ଜଳିଗଲା ବନ୍ଦ ହୋଟେଲ୍‌, ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପାଉଁଶ

Advertisment
ଜଳିଗଲା ବନ୍ଦ ହୋଟେଲ୍‌, ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପାଉଁଶ

ଭୁବନେଶ୍ବର : ସୋମବାର ଅପରାହ୍ଣରେ ସହିଦନଗର ଥାନା ନିକଟରେ ଥିବା ଏକ ହୋଟେଲ୍‌ ଜଳିଯାଇଛି। ଦୀର୍ଘ ଦିନ ଧରି ହୋଟେଲ ବନ୍ଦ ଥିବାରୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପାଉଁଶ ହୋଇଯାଇଛି। କୌଣସି କାରଣରୁ ଗ୍ୟାସ୍‌ ସିଲିଣ୍ଡର ଫାଟି ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

publive-image

ମାସେରୁ ଅଧିକ କାଳ ହେବ ଏହି ହୋଟେଲ୍‌ଟି ବନ୍ଦ ରହିଥିଲା। ସୋମବାର ପ୍ରାୟ ସାଢ଼େ ୪ଟା ସମୟରେ ହୋଟେଲ୍‌ ଭିତରୁ ଧୂଆଁ ବାହାରିଥିଲା। ମାତ୍ର କେଇ ମିନିଟ୍‌ ପୂରା ହୋଟେଲ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଥାନାକୁ ଲାଗିକରି ହୋଟେଲଟି ଥିବାରୁ ଥାନା କର୍ମଚାରୀମାନେ ଧାଇଁ ଆସିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ବି ପହଞ୍ଚିଥିଲା। ହୋଟେଲ୍‌କୁ ଲାଗି ଟ୍ରାନ୍ସଫର୍ମର ଥିବାରୁ ଲୋକମାନେ ଅଧିକ ଭୟଭୀତ ହୋଇଯାଇଥିଲେ। ତେବେ ତୁରନ୍ତ ବିଦ୍ୟୁତ୍‌ କାଟ୍‌ କରି ଦିଆଯାଇଥିଲା। ପ୍ରାୟ ଘଣ୍ଟାଏ କସରତ କରିବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀମାନେ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ। ହେଲେ ସେତେବେଳକୁ ହୋଟେଲ୍‌ ଭିତରେ ସବୁ ଆସବାବପତ୍ର ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe