ମନୀଷ ହତ୍ୟା ମାମଲା: ଟାର୍ଗେଟ୍‌ରେ ହୋଟେଲ୍ ସାଉଥସିଟି; ବିଳମ୍ବିତ ରାତିଯାଏ କେମିତି ଜମୁଥିଲା ନାଚଗୀତ ଆସର?

Advertisment

ବେଆଇନ୍ କାର୍ଯ୍ୟକଳାପର ତଦନ୍ତ ଆରମ୍ଭ

ବେଆଇନ୍ କାର୍ଯ୍ୟକଳାପର ତଦନ୍ତ ଆରମ୍ଭ

ରଦ୍ଦ ହେଲା ସାଉଥ୍ ସିଟି ବାର୍ ଲାଇସେନ୍ସ

ଭୁବନେଶ୍ୱର : ମନୀଷ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଚର୍ଚ୍ଚାରେ ରହିଛି ୧୬ନଂ ଜାତୀୟ ରାଜପଥ ନିକଟସ୍ଥ ପାତ୍ରପଡ଼ାର ହୋଟେଲ୍ ସାଉଥସିଟି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମନୀଷ ଓ ତାଙ୍କ ହତ୍ୟାକାରୀମାନେ ୯ ତାରିଖ ବିଳମ୍ବିତ ରାତି ଯାଏ ଏଠାରେ ମଉଜମସ୍ତି କରିଥିଲେ। ତେବେ କରୋନା କଟକଣା ସତ୍ତ୍ବେ ଏହି ହୋଟେଲ ଓ ବାର୍ କିପରି ରାତିସାରା ଖୋଲା ରହୁଥିଲା ଏବଂ ମଦ ସାଙ୍ଗକୁ ନାଚଗୀତର ଆସର ଜମୁ୍‌ଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଆଇନ ଭାବେ ଏହି ‌ହୋଟେଲ ଓ ବାର୍‌ ଚଳାଇବା ପଛରେ କିଛି ପୁଲିସ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ଆସିବା ପରେ ଏହାର ସ୍ବତନ୍ତ୍ର ଭାବେ ତଦନ୍ତ କରାଯାଉଛି ବୋଲି ଡିସିପି ଉମାଶଙ୍କର ଦାଶ ଆଜି ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁସାରେ ହୋ‌ଟେଲ ସାଉଥ୍‌ସିଟିରେ ନିଶା ସେବନଠୁ ଆରମ୍ଭ କରି ଦେହ ବେପାର ପର୍ଯ୍ୟନ୍ତ ସବୁ ପ୍ରକାରର ବେଆଇନ୍ ଧନ୍ଦା ସେଠାରେ ଚାଲୁଥିଲା। ବାର୍‌ରେ ମାଳମାଳ ବଙ୍ଗୀୟ ଯୁବତୀ ଉପସ୍ଥିତ ଗ୍ରାହକଙ୍କ ରାତି ରଙ୍ଗିନ କରୁଥିଲେ। ଯେଉଁଥିପାଇଁ ସ୍ଥାନୀୟ ତମାଣ୍ଡୋ ପୁଲିସ ଅନେକ ଥର ଚଢ଼ଉ କରି ହୋଟେଲ୍‌ର କିଛି କର୍ମଚାରୀଙ୍କୁ ଗିରଫ ମଧ୍ୟ କରିଥିଲା। ହେଲେ ପୁଲିସର ଏସବୁ କାର୍ଯ୍ୟାନୁଷ୍ଠାନ ଥିଲା ଲୋକଦେଖାଣିଆ। ରାଜଧାନୀର ଏକ ପୁଲିସ ସଂଘର ଜଣେ ସଭାପତି ବେଆଇନ୍ କାରବାର ସବୁକୁ ସୁରକ୍ଷା ଦେବା ପାଇଁ ନିଜ ବଡ଼ ଭାଇଙ୍କ ନାଁରେ ଲିଜ୍‌ରେ ହୋଟେଲ୍ ନେଇଥିଲେ। ଏପରିକି ଉକ୍ତ ପୁଲିସ କର୍ମଚାରୀ ସଂଘର ସଭାପତି ବୋଲି ତମାଣ୍ଡୋ ଥାନା କର୍ତ୍ତୃପକ୍ଷଙ୍କୁ ନାଲିଆଖି ଦେଖାଇ ଚୁପ୍ ରହିବାକୁ ବାଧ୍ୟ କରୁଥିଲେ। ଫଳରେ ଦିନେ କି ଦୁଇଦିନ ନୁହେଁ; ମହାମାରୀ କରୋନା କଟକଣାରେ ସେମାନେ ମାସମାସ ଧରି ଏହି ବ୍ୟବସାୟ ଚଳାଇଥିଲେ।

ଅପରପକ୍ଷରେ ଏ ନେଇ ଡିସିପି ଆଜି ଘଟଣା ସଂପର୍କରେ କହିଛନ୍ତି, ହୋଟେଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସିକୁ ଲିଖିତ ଆକାରରେ ଜଣାଯାଇଛି। ଉକ୍ତ ପୁଲିସ କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe