ଭୁବନେଶ୍ବର : ରାଜଧାନୀରେ ଏବେ ଅସହ୍ୟ ତାତି ରେକର୍ଡ ଭାଙ୍ଗୁଥିଲେ ହେଁ ସବୁ ଅଞ୍ଚଳରେ ଏହି ତାତି ଅନୁଭୂତ ହେଉନି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଖଣ୍ଡଗିରି, ବିମାନବନ୍ଦର ଅଞ୍ଚଳ ଏବଂ ଚନ୍ଦ୍ରଶେଖରପୁରରେ ତାତି ଅଧିକ ରହୁଛି। ଏହି ସବୁ ଅଞ୍ଚଳରେ ସବୁଜିମା କମ୍ ଥିବାରୁ ଏବଂ ଅଧିକ କୋଠାବାଡ଼ି ନିର୍ମାଣ ହେଉଥିବାରୁ ତାତି ବଢ଼ୁଛି।
/sambad/media/post_attachments/wp-content/uploads/2021/02/m48.jpg)
ଶନିବାର ଓୟୁଏଟିରେ ୩୬.୭ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବାବେଳେ ବିମାନବନ୍ଦର ନିକଟରେ ୪୦.୬ଡିଗ୍ରି ରେକର୍ଡ ହୋଇଛି। ଓୟୁଏଟି ଠାରୁ ମାତ୍ର ୧କିମି ଦୂରରେ ଥିବା ବିମାନବନ୍ଦରରେ ୪ଡିଗ୍ରି ଅଧିକ ତାତି ରେକର୍ଡ ହେବା ସମସ୍ତଙ୍କୁ ଚକିତ କରିଛି। ରାଜଧାନୀ ପାଣିପାଗରେ ଏହି ପ୍ରକାରର ବିଷମତା ପାଣିପାଗ ବିଶେଷଜ୍ଞଙ୍କୁ ମଧ୍ୟ ବିସ୍ମିତ କରିଛି। କିପରି ଗୋଟିଏ ସହରରେ ଗୋଟିଏ କିଲୋମିଟର ବ୍ୟବଧାନରେ ୪ଡିଗ୍ରି ଅଧିକ ତାତି ରେକର୍ଡ ହେଉଛି ତାହା ଚିନ୍ତାର ବିଷୟ ପାଲଟିଛି। ସେହିପରି ବିମାନବନ୍ଦରରୁ ୨କିମି ଦୂରରେ ଥିବା ରାଜଭବନ ନିକଟରେ ତାପମାତ୍ରା ୩୮.୮ଡିଗ୍ରି ରେକର୍ଡ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉଷ୍ମତା ଦୃଷ୍ଟିରୁ ରାଜଧାନୀର ୱାର୍ଡ-୧ର ନେହେରୁ ପଲେଇ, ଇନ୍ଫୋସିଟି ପଛପାଖ ଅଞ୍ଚଳ, ୱାର୍ଡ-୫ର ଶ୍ରୀରାମ ନଗର ବସ୍ତି, ୱାର୍ଡ-୬ର ଜଗନ୍ନାଥ ଆମ୍ବତୋଟା ବସ୍ତି, ଶୈଳଶ୍ରୀ ବିହାର, ୱାର୍ଡ-୭ର ମହାବୀର ବସ୍ତି, ମୁଣ୍ଡା ସାହି, ୱାର୍ଡ-୯ର ରଙ୍ଗମାଟିଆ ଉପରସାହି, ୱାର୍ଡ-୧୨ର ଦୂରଦର୍ଶନ କେନ୍ଦ୍ର ଅଞ୍ଚଳ, ୱାର୍ଡ-୧୫ର ଏକାମ୍ର ଭିଲ୍ଲା, ୱାର୍ଡ-୨୩ର ଘାଟିକିଆ ଗାଁ, ୱାର୍ଡ-୨୦ର ମଙ୍ଗଳା ବସ୍ତି, ୱାର୍ଡ-୬୫ର ସୁବାସ ନଗର ଅଞ୍ଚଳ ସବୁଠୁ ଉତ୍ତପ୍ତ ଅଞ୍ଚଳ ବୋଲି ଗଣା ହେଉଥିଲେ ହେଁ ଏଥିରେ ବିମାନବନ୍ଦର ଅଞ୍ଚଳ ଏବେ ଯୋଡ଼ି ହୋଇଯାଇଛି।
Follow Us