ନିଆଁ ଲାଗି ଜଳିଗଲା ୨ବଖରା, ଗାଈ, ବାଛୁରି ଅର୍ଦ୍ଧଦଗ୍ଧ

ନିଆଁ ଲାଗି ଜଳିଗଲା ୨ବଖରା, ଗାଈ, ବାଛୁରି ଅର୍ଦ୍ଧଦଗ୍ଧ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବୋଧଖଣ୍ଡି ‌ମେଳକ ଗ୍ରାମରେ ଗୁରୁବାର ଭୋର ପ୍ରାୟ ୫ଟା ସମୟରେ ହଠାତ ନିଆଁ ଲାଗି ବେଣୁଧର ‌ମଲ୍ଲିକଙ୍କର ଦୁଇ ବଖରା ଘର ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ତାଙ୍କର ଗୋଟିଏ ଗାଈ ଓ ବାଛୁରି ଅର୍ଦ୍ଧଦଗ୍ଧ ହୋଇଛନ୍ତି। ସ୍ଥାନୀୟ ପ୍ରାଣୀଧନ ନିରୀକ୍ଷକ ଗ୍ରାମରେ ପହଞ୍ଚି ଗୁରୁତର ଗୃହପାଳିତ ପ୍ରାଣୀଙ୍କୁ ଚିକିତ୍ସା କରିଥିବା ଜଣାପଡ଼ିଛି।

ଏହି ଅଗ୍ନିକାଣ୍ଡରେ ଘରେ ଥିବା ଧାନ ଚାଉଳ ସମେତ ବହୁ ମୂଲ୍ୟବାନ ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ବାଲିପାଟଣା ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳେ ପୂରଣ ପଧାନ ରାଜସ୍ବ ନିରୀକ୍ଷକ ଅଶୋକ କୁମାର ଦାଶ ଓ ସ୍ଥାନୀୟ ସରପଞ୍ଚ ଝିଲ୍ଲୀ ସ୍ବାଇଁ ପ୍ରମୁଖ ସଂପୃକ୍ତ ବିପନ୍ନ ପରିବାରକୁ ଭେଟି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତହସିଲ ପ୍ରଶାସନ ତରଫରୁ ଏଯାଏ କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ଅଥବା ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ସେବା କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe