‘ଦୁର୍ନୀତିଗ୍ରସ୍ତ ଅପରାଜିତାଙ୍କୁ କେମିତି ଟିକେଟ୍‌ ଦେଲ’

Advertisment
‘ଦୁର୍ନୀତିଗ୍ରସ୍ତ ଅପରାଜିତାଙ୍କୁ କେମିତି ଟିକେଟ୍‌ ଦେଲ’

Twitter

ଭୁବନେଶ୍ବର: ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ ବିଏମ୍‌ସିର ପୂର୍ବତନ କର୍ପୋରେଟର୍‌ ମହାମାୟା ସ୍ୱାଇଁ, ବାସନ୍ତୀ ସ୍ବାଇଁ, ଝୁନୁବାଳା ଦେଈ, ଛବି ଦାସ, ସ୍ବର୍ଣ୍ଣପ୍ରଭା ରାୟ ପ୍ରମୁଖ ସଂଗିନ୍‌ ଅଭିଯୋଗ ଆଣିଛନ୍ତି। ହୋଟେଲ ପୁଷ୍ପକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି, ଅପରାଜିତା ବିଏମ୍‌ସିର କମିସନର ଥିବା ବେଳେ ସୌନ୍ଦର୍ଯ୍ୟକରଣ ନାମରେ ଅର୍ଥ ହରିଲୁଟ୍‌ କରିଛନ୍ତି। ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ, ଆଚାର୍ଯ୍ୟବିହାର, ବାଣୀବିହାର ସମେତ ରାଜଧାନୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ‌େର ପାଚେରି ରଙ୍ଗ, ରାସ୍ତା ମଧ୍ୟବର୍ତ୍ତୀ ସ୍ଥାନ ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟରେ ସେ ବ୍ୟାପକ ଅର୍ଥ ହେରଫେର୍‌ କରିଥିଲେ। ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ ପାଇଁ ବିଏମ୍‌ସି ଓ ଫିଲିପ୍ସ ଇଣ୍ଡିଆ ମଧ୍ୟରେ ଚୁକ୍ତି ହୋଇଥିଲା। ମାତ୍ର ୨୦୦୭ ମସିହାରେ ବିଏମ୍‌ସିର ବିନା ଅନୁମୋଦନରେ ଏହି କାର୍ଯ୍ୟ ବଜାଜ ଇଣ୍ଡିଆ ଲିମିଟେଡ କରିଥିଲା। ଏହିସବୁ ହେରଫେରର ତଦନ୍ତ କରିବାକୁ ତତ୍କାଳୀନ ମେୟର ଭିଜିଲାନ୍ସକୁ ଚିଠି ଲେଖିଥି‌ଲେ। ତେବେ ଏହାର ପୁନଃ ତଦନ୍ତ ହେଲେ ଅପରାଜିତାଙ୍କ ଦୁର୍ନୀତିର ପେଡ଼ି ଖୋଲିବ। ତେବେ ଏଭଳି ଜଣେ ଦୁର୍ନୀତିଗସ୍ତ ମହିଳାଙ୍କୁ କିପରି ବିଜେପି ଟିକେଟ୍ ଦେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିବାରୁ ବିଜେପି ଅପରାଜିତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରୁ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe