ବନଫୁଲ ବସ୍ତି ବୁଲିଲେ ମାନବାଧିକାର କମିସନ ଅଧ୍ୟକ୍ଷ: ଅସ୍ବାସ୍ଥ୍ୟକର ପରିବେଶ ଦେଖି ବିଏମ୍‌ସିକୁ ତାଗିଦ କଲେ

ଆଜି ଓଡ଼ିଶା ମାନାବାଧିକାର କମିସନର ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ବନଫୁଲ ବସ୍ତିରେ ପହଞ୍ଚି ବସ୍ତିବାସିନ୍ଦାଙ୍କ ଚଳଣି ଓ ଅସ୍ବାସ୍ଥ୍ୟକର ପରିବେଶରେ ସେମାନଙ୍କ ଜୀବନର ଦୃଶ୍ୟ ପରିଦର୍ଶନ କରିଛନ୍ତି।

dagadadgzvc

ଚନ୍ଦ୍ରଶେଖରପୁର: ଆଜି ଓଡ଼ିଶା ମାନାବାଧିକାର କମିସନର ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ବନଫୁଲ ବସ୍ତିରେ ପହଞ୍ଚି ବସ୍ତିବାସିନ୍ଦାଙ୍କ ଚଳଣି ଓ ଅସ୍ବାସ୍ଥ୍ୟକର ପରିବେଶରେ ସେମାନଙ୍କ ଜୀବନର ଦୃଶ୍ୟ ପରିଦର୍ଶନ କରିଛନ୍ତି। ବନଫୁଲ ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ମୌଳକ ଅଧିକାରରୁ ବଞ୍ଚିତ କରାଯାଇଥିବା ଦେଖି ଜଷ୍ଟିସ୍‌ ପୂଜାହାରୀ କ୍ଷୋଭ ପ୍ରକାଶ କରିଥିଲେ। ତେଣୁ ଉପସ୍ଥିତ ବିଏମ୍‌ସି ଓ ଆର୍‌ ଆଣ୍ଡ ବି ର ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ସେ ତାଗିଦ କରିଛନ୍ତି। ବସ୍ତିବାସିନ୍ଦାଙ୍କ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରିବା ଏବଂ ସ୍ଥାୟୀ ସମାଧାନ ନ କରାଯିବା ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ସେ କଡ଼ା ନିର୍ଦେଶ ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ ୨୦୧୪ ମସିହାରୁ ବୁଦ୍ଧନଗରରେ ଥିବା ଶତାଧିକ ପରିବାରଙ୍କୁ ସରକାର ବିସ୍ଥାପିତ କରି ଶିଖରଚଣ୍ଡୀ ନଗର ବସ୍ତି ନିକଟରେ ବନଫୁଲ ବସ୍ତିରେ ରହିବାକୁ ଦେଇଥିଲେ। ସେଠାରେ ସେମାନଙ୍କୁ ଜମି ସହ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। କିଛି ଦିନ ପରେ ସରକାର ସବୁ ପ୍ରତିଶ୍ରୁତି ଭୁଲି ହାତଗଣତି କିଛି ଲୋକଙ୍କୁ ରାଜୀବ ଆବାସ ଯୋଜନା ଗୃହ ‌ପ୍ରଦାନ କରିଥିଲେ ଏବଂ ଶତାଧିକ ଲୋକଙ୍କୁ କିଛି ଦେଲେ ନାହିଁ। ସେମାନେ ବର୍ତ୍ତମାନ ବନଫୁଲ ବସ୍ତିରେ ଅସ୍ଥ୍ୟାସ୍ଥ୍ୟକର ପରିବେଶରେ ରହୁଛନ୍ତି। ବସ୍ତିକୁ ପକ୍କା ରାସ୍ତା ନାହିଁ। ପିଇବା ପାଣି ଯୋଗାଣ ନାହିଁ କି ଶୌଚାଳୟ ସୁବିଧା ମଧ୍ୟ ନାହିଁ। ସରକାର ବସ୍ତି ନିକଟରେ ଏକ ବିଦ୍ୟୁତ୍‌ ଶ୍ମଶାନ ତିଆରି କରିଥିବାରୁ  ଶବଦାହ ସମୟରେ ଦୁର୍ଗନ୍ଧ ହେଉଛି। ଏପରି ଅନେକ ସମସ୍ୟାକୁ ନେଇ ଆଇନଜୀବୀ ତଥା ମାନବିକ ଅଧିକାର କର୍ମୀ ବିଶ୍ବପ୍ରିୟ କାନୁନ‌୍‌ଗୋ ମାନବାଧିକାର କମିସନରେ ମାମଲା କରିଥିଲେ। ଆବେଦନକୁ ଗ୍ରହଣ କରି ଆଜି ଅଧ୍ୟକ୍ଷ ଜଷ୍ଟିସ୍‌ ପୂଜାହାରୀ ବନଫୁଲ ବସ୍ତିବାସିନ୍ଦାଙ୍କ ସମସ୍ୟା ଦେଖିଥିଲେ। ଏହି ସମୟରେ ଆବେଦନକାରୀ ଶ୍ରୀ କାନୁନ‌ଗୋ, ଶୁଭାଶିଷ ପଣ୍ଡା, ବିଜୟ କୁମାର ପଣ୍ଡା, ଓଏଚ୍‌ଆର୍‌ସି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଚରଣ କୁମାର ଜେନାଙ୍କ ସହ ବିଏମ୍‌ସି ଓ ଆର୍‌ ଆଣ୍ଡ ବି ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe