ବିଆଇପିଏଫ୍‌ ପକ୍ଷରୁ ‘ଆଇଡିଏଟ୍‌-୨୦୨୧’: କ୍ଷୁଧା ଏବେ ନ୍ୟାୟର ପ୍ରସଙ୍ଗ ପାଲଟିଛି

ବିଆଇପିଏଫ୍‌ ପକ୍ଷରୁ ‘ଆଇଡିଏଟ୍‌-୨୦୨୧’: କ୍ଷୁଧା ଏବେ ନ୍ୟାୟର ପ୍ରସଙ୍ଗ ପାଲଟିଛି

Fact Hunt

ଭୁବନେଶ୍ବର : ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍‌(ବିଆଇପିଏଫ୍‌) ପକ୍ଷରୁ ଦଶମ ‘ଆଇଡିଏଟ୍‌’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଫିକି-ଆଦିତ୍ୟ ବିର୍ଲା ସିଏସ୍‌ଆର୍‌ ସେଣ୍ଟର୍‌ ଫର୍‌ ଏକ୍ସିଲେନ୍ସ ଆଣ୍ଡ୍‌ ଇମ୍ପାକ୍ଟ ଫର୍‌ ନ୍ୟୁଟ୍ରିସନ୍‌ ସହଯୋଗରେ ଆୟୋଜିତ ଏହି ଆଲୋଚନାଚକ୍ରରେ ‘ନ୍ୟୁଟ୍ରିସନ୍‌ ରିଇମାଜିନ୍‌ଡ୍‌-ଗୋଇଂ ଦି ଲୋକାଲ୍‌ ୱେ’ ଶୀର୍ଷକ ଆଲୋଚନା ହୋଇଥିଲା। ଏଥିରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେ କହିଲେ, କ୍ଷୁଧା ଏବେ ଆଉ ଦାନର ପ୍ରସଙ୍ଗ ହୋଇ ରହିନାହିଁ, ଏହା ଏବେ ନ୍ୟାୟର ପ୍ରସଙ୍ଗ ପାଲଟିଛି। କୌଣସି ବ୍ୟକ୍ତି ଯେପରି କ୍ଷୁଧାରେ ନ ରହିବ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ପୁଷ୍ଟିହୀନତା ଦୂର କରିବାକୁ ପ୍ରତ୍ୟେକସ୍ତରରେ ମିଳିତ ଉଦ୍ୟମ ହେବ। ପୋଷଣକୁ ଏକ ଜନଆନ୍ଦୋଳନ ଭାବେ ଗ୍ରହଣ କରିବାକୁ ହେବ ବୋଲି ସେ କହିଥିଲେ।

ମଧ୍ୟପ୍ରଦେଶ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ସ୍ବର୍ଣ୍ଣିମା ଶୁକ୍ଲା ମଧ୍ୟପ୍ରଦେଶ ସରକାରଙ୍କ ଇଣ୍ଟିଗ୍ରେଟେଡ୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଫ୍‌ ଆକ୍ୟୁଟ ମାଲ୍‌ନ୍ୟୁଟ୍ରିସନ୍‌ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସେଠାରେ ପୋଷଣ ସରକାର ଓ ପୋଷଣ ବାଟିକା କରାଯାଇଥିବା କହିଥିଲେ। ଏହି ଅବସରରେ ଗେନ୍‌ର ବରିଷ୍ଠ ନୀତି ପରାମର୍ଶଦାତା ସୁପ୍ରୀତି କୌର, ପିରାମଲ ସ୍ବାସ୍ଥ୍ୟର ଜନସ୍ବାସ୍ଥ୍ୟ ମୁଖ୍ୟ ଦେବିକା ଗାଲି, ବିଆଇସିଏଫ୍‌ର ସିଇଓ ସୈଫାଲିକା ପଣ୍ଡା ପ୍ରମୁଖ ଏହି ଆଲୋଚନାଚକ୍ର‌ରେ ଉପସ୍ଥିତ ଥିଲେ। ଆଲୋଚନାଚକ୍ରକୁ ୟୁନିସେଫ୍‌ ଓଡ଼ିଶାର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟଚାର୍ଯ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe