ପତ୍ନୀକୁ ଛୁରି ଭୁସି ହତ୍ୟା, ସ୍ବାମୀ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ବର: ପରକୀୟା ପ୍ରୀତିକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା। ଏଭଳି ଜଘନ୍ୟକାଣ୍ଡ ଭୁବନେଶ୍ବରରେ ଘଟିଛି। ସହିଦନଗର ବିର୍ସାମୁଣ୍ଡା ବସ୍ତିରେ ଜଣେ ଯୁବକ ଏଭଳି କାଣ୍ଡ ଘଟାଇଛି। ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀର ମୃତ୍ୟୁ ଘଟିବା ପରେ ଗତକାଲି ସହିଦନଗର ଥାନା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଫୁଲବାଣୀରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଫୁଲବାଣୀର ରାଜେନ୍ଦ୍ର ମୁଖୀ। ପତ୍ନୀକୁ ଛୁରାମାଡ଼ କରିବା ପରେ ସେ ଫୁଲବାଣୀ ଚାଲି ଯାଇଥିଲା‌।

ସୂଚନାଯୋଗ୍ୟ, ରାଜେନ୍ଦ୍ର ପତ୍ନୀ ଅମିତା ସହ ଦୀର୍ଘ ଦିନ ହେବ ବିର୍ସାମୁଣ୍ଡା ବସ୍ତିରେ ରହି ଆସୁଥିଲା। କିଛି ଦିନ ଫେରିବାଲା ଭାବରେ କାମ କରିବା ପରେ ସେ ଦିନ ମଜୁରିଆ ଭାବରେ କାମ କରୁଥିଲା। ରାଜେନ୍ଦ୍ରର ପରକୀୟା ପ୍ରୀତିକୁ ନେଇ ଅମିତା ସନ୍ଦେହ କରୁଥିଲା। ଏହାକୁ ନେଇ ଗତ ୨୦ ତାରିଖ ରାତିରେ ରାଜେନ୍ଦ୍ର ସହ ଅମିତାର ବଚସା ହୋଇଥିଲା। ଯୁକ୍ତିତର୍କ ବେଳେ ଉତ୍‌କ୍ଷିପ୍ତ ହୋଇ ରାଜେନ୍ଦ୍ର ଅମିତାକୁ ଛୁରି ଭୁସି ଫେରାର ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ କ୍ୟାପିଟାଲ ହସ୍‌ପିଟାଲ ଓ ପରେ ଏସ୍‌ସିବି ନିଆ ଯାଇଥିଲା। ଗତ ୨୮ ତାରିଖରେ ତା’ର ମୃତ୍ୟୁ ହୋଇଥିଲା। ଅଭିଯୋଗ ହେବା ପରେ ରୁଜୁ ହୋଇଥିବା ହତ୍ୟା ଉଦ୍ୟମ ମାମଲା ମୃତ୍ୟୁ ପରେ ହତ୍ୟାକାଣ୍ଡକୁ ରୂପାନ୍ତରିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe