ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

Advertisment
ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ବାଲିପାଟଣା  : ସ୍ତ୍ରୀ ଏବଂ ୫ ବର୍ଷ ର ପୁଅ ଥାଇ ସ୍ଵାମି ଦ୍ୱିତୀୟ ବିବାହ କରିବା ମହଙ୍ଗା ପଡିଛି। ବାଲିପାଟଣା ଥାନା ରେ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ପୁଲିସ ରସିକିଆ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲଣ କରିଛି।

ସୂଚନା ଅନୁଯାଇ ଭୁବନେଶ୍ଵର ସ୍ଥିତ ମଞ୍ଚେଶ୍ଵରର କଲ୍ୟାଣି ବିଶ୍ଵାଳ (୩୦) ବାଲିପାଟଣା ଥାନା ଅନ୍ତର୍ଗତ ନଡିଆବାଗ ର ଅଜୟ ବିଶ୍ଵାଳ (୩୩) ଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ୫ ବର୍ଷର ପୁତ୍ର ସନ୍ତାନ ଅଛି। କୌଣସି କାରଣରୁ ଦୁଇ ବର୍ଷ ତଳେ ଅଜୟ ତାଙ୍କ ସ୍ତ୍ରୀ କଲ୍ୟାଣିଙ୍କୁ ବାପଘରେ ଛାଡ଼ି ଦେଇ ଆଉ ଆଣିନଥିଲେ। କଲ୍ୟାଣି ଶାଶୁଘରକୁ ଆସିବା ପରେ ଅଜୟ ଏକ ବର୍ଷ ହେବ ଦ୍ଵିତୀୟ ବିବାହ କରିଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଅଜୟଙ୍କ ନାମରେ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସ୍ୱାମୀ ଅଜୟ ନାମ କେସ୍‌ ନମ୍ବର ୧୪୫/୨୦୨୨ ରେ ମାମଲା ରୁଜୁ କରିଥିଲା। ଅଜୟକୁ ଗିରଫ ଆଜି ପୁଲିସ କୋର୍ଟ ଚାଲାଣ କରିଥିବା କରି ଥାନା ଅଧିକାରୀ କୃପାସିନ୍ଧୁ ବରାଡ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe