ପତ୍ନୀକୁ ଫେରି ପାଇବାକୁ ଥାନାରେ ସ୍ବାମୀ : ଛଳରେ ଯୁବତୀଙ୍କୁ ଛଡ଼ାଇ ନେଇଛନ୍ତି ପରିବାର

Advertisment
‘ଦାଦାବଟିକୁ ନା’ର ପ୍ରଭାବ: ୧୭ ବର୍ଷ ପରେ ଏତଲା ଦେଲେ

Times of India

ଭୁବନେଶ୍ବର: ଭଲ ପାଇ ବିବାହ କରିଥିବା ଜଣେ ଯୁବକଙ୍କଠାରୁ ଛଳରେ ଯୁବତୀଙ୍କ ପରିବାର ଯୁବତୀଙ୍କୁ ଛଡ଼ାଇ ନେଇଛନ୍ତି। ତେଣୁ ଯୁବକ ଜଣକ ସ୍ତ୍ରୀଙ୍କୁ ଫେରି ପାଇବା ପାଇଁ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମାତ୍ର ପୁଲିସ ତାଙ୍କ କଥାକୁ ଗ୍ରହଣ କରୁନାହିଁ। ତେଣୁ ଯୁବକ ଜଣକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏମିତିକି ଯୁବକ ଜଣକ ନୂଆପଲ୍ଲୀ ଥାନା ପୁଲିସର ଏହି ଏକପାଖିଆ ନ୍ୟାୟ ବିରୋଧରେ ପୁଲିସ ଡିଜିଙ୍କୁ ଟ୍ବିଟ୍‌ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି କହିଛନ୍ତି। ମାମଲାଟି ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ, ଗତ ୧୦ ତାରିଖରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପରିବାରର ସ୍ବୀକୃତି ନଥିବାରୁ ପ୍ରେମୀଯୁଗଳ ‌ପ୍ରଥମେ କୋର୍ଟରେ ଓ ପରେ ମନ୍ଦିରରେ ବିବାହ କରିଥିଲେ। ପରିବାରର ପ୍ରତିବନ୍ଧକକୁ ଏଡ଼ାଇବାକୁ ସେମାନେ ୫ ବର୍ଷର ପ୍ରେମକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନେଇଥିଲେ। କିନ୍ତୁ ପରେ ମାମଲା ନେଇଥିଲା ନୂଆ ମୋଡ଼। ଯୁବତୀଙ୍କ ବାପା ସେମାନଙ୍କ ନିକଟରେ ପହଞ୍ଚି ମାମଲାର ବୁଝାମଣା ପାଇଁ ରାଜି ହୋଇଥିଲେ। ଆନୁଷ୍ଠାନିକ ଭାବେ ବିବାହ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ତାଙ୍କ କଥାକୁ ଭରସା କରି ଯୁବକ ତାଙ୍କ ସ୍ତ୍ରୀଙ୍କୁ ବାପାଙ୍କ ସହ ଛାଡ଼ି ଦେଇଥିଲେ। କିନ୍ତୁ ପରେ ଯୁବତୀଙ୍କ ବାପା ଧରାଛୁଆଁ ଦେଇନଥିଲେ। ଏମିତିକି ମାମଲା ଆଗକୁ ନେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଯୁବତୀଙ୍କ ବାପା ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ଯୁବକଜଣକ ଗରିବ ହୋଇଥିବାରୁ ଏବେ ଉଭୟ ପତିପତ୍ନୀଙ୍କ ଜୀବନ ବିପଦରେ ଅଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଅନ୍ୟତ୍ର ବିବାହ କରାଇବା ଯୋଜନାରେ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe