ଉଦଣ୍ଡୀ ସ୍ତ୍ରୀର ସୁଧ ବେପାରକୁ ବିରୋଧ ମହଙ୍ଗା ପଡ଼ିଲା: ଚାପୁଡ଼ା ଓ ଛୁରା ମାଡ଼ରେ ସ୍ୱାମୀ ଆହତ

Advertisment
ଉଦଣ୍ଡୀ ସ୍ତ୍ରୀର ସୁଧ ବେପାରକୁ ବିରୋଧ ମହଙ୍ଗା ପଡ଼ିଲା: ଚାପୁଡ଼ା ଓ ଛୁରା ମାଡ଼ରେ ସ୍ୱାମୀ ଆହତ

ଭୁବନେଶ୍ବର : ଉଦଣ୍ଡୀ ସ୍ତ୍ରୀର ସୁଧ କାରବାରକୁ ବିରୋଧ କରିବାକୁ ଯାଇ ବିଚରା ସ୍ବାମୀକୁ ଛୁରା ମାଡ଼ ଖାଇବାକୁ ପଡ଼ିଛି। ଗାଲକୁ ଚାପୁଡ଼ା ପରେ ଚାପୁଡ଼ା ମାରିମାରି ମନ ଶାନ୍ତି ନହେବାରୁ ଶେଷରେ ସ୍ବାମୀ ପେଟକୁ ଛୁରି ଭୁସି ଆହତ କରିଛି ସ୍ତ୍ରୀ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ ଆଜି ଭାଇରାଲ୍‌ ହେବା ପରେ ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଲକ୍ଷ୍ମୀସାଗର ଥାନାରେ ସ୍ବାମୀ ପ୍ରଦୀପ୍ତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁୁଜୁ କରି ତଦନ୍ତ ଆରମ୍ଭ କରିଛି।

publive-image

ପ୍ରଦୀପ୍ତଙ୍କ ପତ୍ନୀ ଝୁଲଣା(ଛଦ୍ମନାମ) ସୁଧ କାରବାର କରନ୍ତି ଓ ସୁଧ ବାବଦରେ ମାସିକ ୬୦ ହଜାରରୁ ଊର୍ଧ୍ବ ଟଙ୍କା ଆଦାୟ କରନ୍ତି। ସୁଧ ଆଦାୟ କରିବାକୁ ଯାଇ ଝୁଲଣା କରଜ ନେଇଥିବା ମହିଳାଙ୍କୁ ମାଡ଼ ମାରିବାକୁ ବି ପଛାନ୍ତି ନାହିଁ। ଝୁଲଣାଙ୍କ ଏଭଳି କାମକୁ ପ୍ରଦୀପ୍ତ ଓ ତାଙ୍କ ପୁଅ ବିରୋଧ କରନ୍ତି। ମାତ୍ର ଝୁଲଣା ଘର ଚଳାଉଥିବାରୁ ପ୍ରଦୀପ୍ତଙ୍କୁ ଧମକ ଦେଇ ଚୁପ୍‌ କରିଦିଅନ୍ତି। ଆଜି ସେମିତି ଏକ ଘଟଣାକୁ ପୁଅ ବିରୋଧ କରିବାରୁ ଝୁଲଣା ତାକୁ ମାଡ଼ ମାରିଥିଲେ। ତେବେ ପ୍ରଦୀପ୍ତ ପୁଅକୁ ବଞ୍ଚାଇବାକୁ ବାହାରିବାରୁ ଝୁଲଣାଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ପ୍ରଦୀପ୍ତଙ୍କ ଗାଲକୁ ସେ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ। ‌ଶେଷରେ ଏକ ଛୁରି ଆଣି ପ୍ରଦୀପ୍ତଙ୍କ ପେଟକୁ ଭୁସି ଦେବାକୁ ବସିଥିଲେ। ପ୍ରଦୀପ୍ତ ପାଖେଇ ଯିବାରୁ ଛୁରି ପେଟରେ ବାଜି ଖସି ଯାଇଥିଲା ଓ ସାମାନ୍ୟ କ୍ଷତ ସୃଷ୍ଟି ହୋଇଥିଲା। ବାପାଙ୍କ ଉପରେ ମାଡ଼ ହେଉଥିବାରୁ ଦୃଶ୍ୟକୁ ପୁଅ ମୋବାଇଲ୍‌ରେ ରେକର୍ଡ କରି ଭାଇରାଲ୍‌ କରି ଦେଇଥିଲା। କଥା ଏତିକିରେ ସରିନଥିଲା। ଖବର ପାଇ ଝୁଲଣାଙ୍କ ଭାଇ ଓ ମା’ ସେଠାରେ ପହଞ୍ଚି ପୁଣି ପ୍ରଦୀପ୍ତଙ୍କୁ ପିଟିଥିଲେ। ପ୍ରଦୀପ୍ତ ରକ୍ତାକ୍ତ ହୋଇପଡ଼ିଥିଲେ ବି ସେମାନେ ତାଙ୍କୁ ଡାକ୍ତରଖାନା ନ ନେଇ ମାଡ଼ ମାରି ଚାଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe