ଗୋଇଠା ମାରି ଗର୍ଭ ନଷ୍ଟ କରିବା ମାମଲା‌ରେ ଜେଲ ଗଲା ସ୍ବାମୀ

Advertisment
ଗୋଇଠା ମାରି ଗର୍ଭ ନଷ୍ଟ କରିବା ମାମଲା‌ରେ ଜେଲ ଗଲା ସ୍ବାମୀ

ଧଉଳି: ପାରିବାରିକ କଳହକୁ କେନ୍ଦ୍ର କରି ଗର୍ଭବତୀ ପତ୍ନୀର ପେଟକୁ ଗୋଇଠା ମାରି ଗର୍ଭ ନଷ୍ଟ କରିବା ମାମଲାରେ ଆଜି ଉତ୍ତରା ଫାଣ୍ଡି ପୁଲିସ ସଂପୃକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଉତ୍ତରାଫାଣ୍ଡି ଅଧୀନ ମଧୁପୁର ଗ୍ରାମର ବସନ୍ତ କୁମାର ଜେନା (୩୮)। କୋର୍ଟରେ ବସନ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ନିମାପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

publive-image

ଏନେଇ ପିପିଲି ଥାନାରେ ୫୭/୨୦ ରେ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହେବାର ଦୀର୍ଘ ୧୦ ମାସ ପରେ ଆଜି ଉତ୍ତରାଫାଣ୍ଡି ପୁଲିସ ବସନ୍ତକୁ ଗିରଫ କରିଥିଲା। ସୂଚନାନୁଯାୟୀ ଉତ୍ତରାଫାଣ୍ଡି ଅଞ୍ଚଳର ବସନ୍ତ ୨୦୧୦ ମସିହାରେ ସହିଦନଗର ଥାନା ଅଧୀନ ସତ୍ୟକାଳୀ ବସ୍ତିର ରାଜଲକ୍ଷ୍ମୀ ଜେନାଙ୍କୁ (୩୩)ଙ୍କୁ ବିବାହ କରିଥିଲା। ଗତବର୍ଷ ଫେବ୍ରୁଆରି ମାସରେ ବସନ୍ତ ଓ ରାଜଲକ୍ଷ୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗିଯାଇ ବସନ୍ତ ଗର୍ଭବତୀ ଥିବା ରାଜଲକ୍ଷ୍ମୀଙ୍କ ପେଟକୁ ଗୋଇଠା ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ରାଜଲକ୍ଷ୍ମୀଙ୍କ ଗର୍ଭନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe