ସ୍ବାମୀକୁ ମାରିଦେଲା ସ୍ତ୍ରୀ!

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଭୁବନେଶ୍ବର: ସାମାନ୍ୟ ବଚସାରୁ ସ୍ତ୍ରୀ କାଠଫାଳିଆରେ ପିଟିପିଟି ନିଶାସକ୍ତ ସ୍ବାମୀକୁ ହତ୍ୟା କରିଛି। ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ହେଲେ ବିଜୟ ମହାପାତ୍ର। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର ଏମ୍‌ସର ଶବ ସଂରକ୍ଷଣ ଗୃହରେ ଭର୍ତ୍ତି କରିଛି ଓ ଅଧିକ ତଦନ୍ତ ଚଳାଇଛି। ତେବେ ଅଭିଯୁକ୍ତା କୁହାଯାଉଥିବା ବିଜୟଙ୍କ ସ୍ତ୍ରୀ ଏହାକୁ ଖଣ୍ଡନ କରିବା ସହ ନିଶାସକ୍ତ ଅବସ୍ଥାରେ ପଡ଼ିଯିବାରୁ ସ୍ବାମୀଙ୍କ ମୃତ୍ୟୁ ହୋଇଛି ବୋଲି ସଫେଇ ଦେଇଛନ୍ତି। ସୂଚନାନୁସାରେ ଡିଏନ୍‌ ରେଗାଲିଆ ନିକଟ ପାଟଶାଣୀ ଢ଼ାବା ପଛ ପଟେ ବିଜୟଙ୍କର ଏକ ଚାଳି ହୋଟେଲ ଅଛି।

ଆଜି ଅପରାହ୍ଣରେ ତାଙ୍କ ପୁଅ ପବିତ୍ର ହୋଟେଲକୁ ଯାଇନଥିଲା। ତେଣୁ ବିଜୟ ରାଗରେ ଘରକୁ ଯାଇ ପବିତ୍ରକୁ ମାର୍‌ଧର କରିଥିଲେ। ନିଶାସକ୍ତ ଅବସ୍ଥାରେ ପବିତ୍ରକୁ ମାଡ଼ ମାରୁଥିବାରୁ ସ୍ତ୍ରୀ ବିରୋଧ କରିଥିଲେ। ମାତ୍ର ବିଜୟ ସ୍ତ୍ରୀଙ୍କ କଥାକୁ ନଶୁଣି ପାଲଟା ତାଙ୍କୁ ଗାଳିମନ୍ଦ କରିଥିଲା ଓ ମାରିବାକୁ ଉଦ୍ୟତ ହୋଇଥିଲେ। ତେଣୁ ରାଗରେ ସ୍ତ୍ରୀ ଅଗଣାରେ ପଡ଼ିଥିବା ଏକ କାଠଫାଳିଆରେ ବିଜୟଙ୍କୁ ପିଟି ପକାଇଥିଲେ। ଫଳରେ ବିଜୟଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଓ ସେ ସଂଜ୍ଞାହୀନ ହୋଇ ଅଗଣାରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଏମ୍‌ସକୁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe