ନବବଧୂ ମୃତ୍ୟୁ ମାମଲା: ଜେଲ୍‌ ଗଲା ସ୍ୱାମୀ

ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ବାଲିପାଟଣା : ଅଠାନ୍ତର ଗ୍ରାମ‌ର ନବବଧୂ ଶକୁନ୍ତଳା ପତି (୩୮)ଙ୍କ ମୃତ୍ୟୁ ଘଟଣାରେ ବାଲିପାଟଣା ପୁଲିସ୍ ଶୁକ୍ରବାର ଦିନ ତାଙ୍କ ସ୍ବାମୀ ବଦ୍ରି ପ୍ରସାଦ ଦାସଙ୍କୁ ଗରିଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, କିଛି ବର୍ଷ ତଳେ ବଦ୍ରିଙ୍କ ପ୍ରଥମ ପତ୍ନୀଙ୍କ ବିୟୋଗ ହୋଇଥିଲା। ୭ମାସ ତଳେ ସେ ଶକୁନ୍ତଳାଙ୍କୁ ବିବାହ କରିଥିଲେ। ଗତ ରାତିରେ ଶକୁନ୍ତଳା ଶୋଇବା ଘର ଫ୍ୟାନ୍‌ରେ ରଶି ଲଗାଇ ଝୁଲି ପଡ଼ିଥିଲେ। ଶକୁନ୍ତଳାଙ୍କ ଭାଇ ଅଶୋକ କୁମାର ପତି ଏନେଇ ବଦ୍ରି ଓ ତାଙ୍କ ପରିବାରଲୋକଙ୍କ ବିରୋଧରେ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ କରି ବଦ୍ରିପ୍ରସାଦଙ୍କୁ ଗରିଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe