‘ମୁଁ ଯେ ଏକ ପାଗଳ ଭଅଁର...’

ମୁଁ ଯେ ଏକ ପାଗଳ ଭଅଁର.. ଚାନ୍ଦ ନା ତୁମେ ତାରା..., ଆଲୋ ମୋ ଲଚକ୍‌ବାଲୀ ରୁଷି ତୁ ଯା’ନା ଚାଲି, କାଉ ଧାନ ଖାଇଲା ବୋଲି ଭଳି ଏମିତି ଅନେକ ମନଛଆଁ ଗୀତର ମୂର୍ଚ୍ଛନାରେ ଆଜି ଜୟଦେବ ଭବନ ଗୁଞ୍ଜରିତ...

Untitled-4

ଭୁବନେଶ୍ବର:  ‘ମୁଁ ଯେ ଏକ ପାଗଳ ଭଅଁର.. ଚାନ୍ଦ ନା ତୁମେ ତାରା..., ଆଲୋ ମୋ ଲଚକ୍‌ବାଲୀ ରୁଷି ତୁ ଯା’ନା ଚାଲି, କାଉ ଧାନ ଖାଇଲା ବୋଲି ଭଳି ଏମିତି ଅନେକ ମନଛଆଁ ଗୀତର ମୂର୍ଚ୍ଛନାରେ ଆଜି ଜୟଦେବ ଭବନ ଗୁଞ୍ଜରିତ ହୋଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ତାନସେନ ସିଂଙ୍କ ୮୦ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବିଭିନ୍ନ ଚିରସବୁଜ ଲୋକପ୍ରିୟ ସଙ୍ଗୀତରେ ମତୁଆଲା ହୋଇଛନ୍ତି ଶ୍ରୋତାମଣ୍ଡଳୀ।
ଆଜି ସନ୍ଧ୍ୟାରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ଓ ମହିଳା ମୋର୍ଚ୍ଚା ଭୁବନେଶ୍ବର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ ପୌରୋହିତ୍ୟ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ପିଙ୍କି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ କଣ୍ଠଶିଳ୍ପୀ ଶ୍ରୀ ସିଂଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସୁସ୍ଥ ଜୀବନ କାମନା କରିଥିଲେ।
ଏହା ପରେ କଣ୍ଠଶିଳ୍ପୀ ଶ୍ରୀ ସିଂଙ୍କ କଣ୍ଠରୁ ଝରି ଆସିଥିଲା ଗୋଟିଏ ପରେ ଗୋଟିଏ ଯାଦୁକରୀ ସଙ୍ଗୀତ। ଯାହା ଦର୍ଶକମାନଙ୍କୁ ୮୦ଦଶକକୁ ଫେରାଇ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe