ମୁଁ ପ୍ରଥମଥର ଓଡ଼ିଶା ଆସିଛି: ସୋନାଲି ବେନ୍ଦ୍ରେ

Advertisment
ମୁଁ ପ୍ରଥମଥର ଓଡ଼ିଶା ଆସିଛି: ସୋନାଲି ବେନ୍ଦ୍ରେ

‘ରୁଚି’ ଚା’ର ବଜାର ପ୍ରବେଶ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ବର ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। ଏହି ଅବସରରେ ‌ସେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

ଏଠାକୁ ଆସି କିଭଳି ଲାଗୁଛି?
ମୁଁ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛି। ହଁ ପ୍ରଥମଥର ପାଇଁ। ଏହା ପୂର୍ବରୁ ମୁଁ କେବେ ଏଠାକୁ ଆସିନଥିଲି। ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅଭିଳାଷ ରଖିଛି। ତାହାକୁ ନିଶ୍ଚିତ ପୂରଣ କରିବି। ଏଥର ମୁଁ ତାଙ୍କ ପାଖକୁ ଯାଇପାରୁନାହିଁ। ପୁଣି ଥରେ ଫେରି ପ୍ରଭୁ ଜଗନ୍ନାଥଙ୍କୁ ନିଶ୍ଚିତ ଦର୍ଶନ କରିବି। ମୋ ଦ୍ବାରା ଭୁଲ ହୋଇଛି। ତାହା କହି ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବି।

ଆପଣ ଚା’ ପିଅନ୍ତି?
ମୁଁ ଦିନକୁ ଥରେ ଚା’ ପିଏ। ଚା’ର ବାସ୍ନା ମୋତେ ବହୁତ ଭଲ ଲାଗେ। ମୁଁ କ୍ୟା‌ନସରକୁ ହରାଇବା ପରେ ମୋ‌ତେ ଡାକ୍ତରମାନେ କିଛି ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ସେସବୁ କିଭଳି ଖାଇବି ତାହା ଚିନ୍ତାର କାରଣ ଥିଲା। କିନ୍ତୁ କିଛି ସାମଗ୍ରୀକୁ ମୁଁ ଚା’ରେ ମିଶାଇ ପିଇଥିଲି। ମୋର କାମ ସହଜ ହୋଇଯାଇଥିଲା। କଫି ମଧ୍ୟ ମୋର ପସନ୍ଦ।

କ୍ୟାନସର ସମ୍ପର୍କରେ ଆପଣଙ୍କ ମତ କ’ଣ?
ମୁଁ ଜଣେ କ୍ୟାନସର ସରଭାଇଭର। ଏହା ହେଉଛି ଏକ କଠିନ ରୋଗ। ଏହାର ଚିକିତ୍ସା ପଦ୍ଧତି ମଧ୍ୟ ଆହୁରି କଠିନ। ରୋଗରୁ ରକ୍ଷା ପାଇବା ପରବର୍ତୀ ସମୟରେ ନିଜକୁ ସୁସ୍ଥ ରଖିବା ଲାଗି ଉତ୍ତମ ଓ ଗୁଣାତ୍ମକ ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏଥିସହିତ ମନରେ ଉତ୍ତମ ଭାବନା ମଧ୍ୟ ରଖିବାକୁ ପଡ଼ିବ।

ଜୀବନର ଆହ୍ବାନକୁ କିଭଳି ମୁକାବିଲା କରନ୍ତି?
ଏଭଳି କୌଣସି ଜୀବନ ନାହିଁ ଯାହା ଆହ୍ବାନ ସାମ୍ନା କରିନାହିଁ। କିନ୍ତୁ ଆହ୍ବାନକୁ ଦେଖିବାର ଦୃଷ୍ଟିକୋଣ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଯେତେ ବଡ଼ ଲୋକ ସେତେ ବଡ଼ ଆହ୍ବାନ ସାମ୍ନା କରିବାକୁ ପଡ଼ିଥାଏ। ଯିଏ ଆହ୍ବାନକୁ ସାମ୍ନା କରୁଛି ତାଙ୍କ ପାଇଁ ତାହା ବହୁତ ବଡ଼। ଭଗବାନ ଲୋକ ଦେଖି ଚ୍ୟାଲେଞ୍ଜ ‌ଦେଇଥାନ୍ତି। ମନରେ ସକାରାତ୍ମକ ଭାବନା ରଖି ତାହାକୁ ସାମ୍ନା କରିବା ଲାଗି ମୁଁ ସମସ୍ତଙ୍କୁ ପରାମର୍ଶ ଦେବାକୁ ଚାହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe